Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଜୟନ୍ତୀ

ବିଜେପି ପକ୍ଷରୁ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଜୟନ୍ତୀ

95

ବାଲେଶ୍ୱର, ୧୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ତଥା ବାଲେଶ୍ୱରର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ୬୩ତମ ଜନ୍ମ ଜୟନ୍ତୀ ଅବସରରେ ସଦର ବିଜେପି ପକ୍ଷରୁ ନିରାଡମ୍ବର ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ସହରର ଆଇ-ଟି-ଆଇ ଛକ ନିକଟରେ ମଙ୍ଗୁ ଭାଇ ସ୍ମୃତି କମିଟି ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବା ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ କାର୍ଯ୍ୟ କରାଯିବ ବୋଲି କମିଟିର ବରିଷ୍ଠ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ସେହିଭଳି ନଗର ବିଜେପି ଯୁବମୋର୍ଚ୍ଚା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ସଚେତନତା ସହ ବାରବାଟୀ ଓ ମାଣିଖମ୍ବରେ ସାନିଟାଇଜେସନ କାର୍ଯ୍ୟକ୍ରମ କରାଯାଇଥିଲା। ଏହାକୁ ସହରର ସମସ୍ତ ୱାର୍ଡରେ କରିବାକୁ କର୍ମୀମାନେ ସଂକଳ୍ପ ନେଇଥିଲେ। ଏଥି ସହିତ ସ୍ଥାନୀୟ ସଦର ଦଳୀୟ କାର୍ଯ୍ୟାଳୟରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ମଙ୍ଗୁଭାଇଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଉପସ୍ଥିତ କର୍ମୀ ଓ ସହଯୋଗୀମାନେ ସ୍ୱର୍ଗତ ବିଧାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରିବା ସହ ଅଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ଉପ ନିର୍ବାଚନରେ ବିଜୟୀ କରିବାକୁ ଶପଥ ନେଇଥିଲେ। ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କୁ ମଙ୍ଗୁ ଭାଇଙ୍କ ଭଳି ରାଷ୍ଟ୍ରହିତୈଷୀ, କର୍ମଠ, ଓ ଗରିବଙ୍କ ପାଇଁ ଦରଦୀ ହେବାକୁ ଆହ୍ୱାନ ଦେଇଥିଲେ। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଅପରାହ୍ନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସଦର ନିର୍ବାଚନ ମଣ୍ଡଳୀରେ ଗୋଟିଏ ବର୍ଷର ସଫଳତା ଓ ବିକାଶମୂଳକ କାର୍ଯ୍ୟ ଅନୁପ୍ରାଣିତ ହୋଇ ଆଜି ତାଙ୍କ ଜନ୍ମ ଜୟନ୍ତୀରେ ସୁପୁତ୍ର ମାନସ କୁମାର ଦତ୍ତ (ମିଣ୍ଟୁ) ଉପସ୍ଥିତିରେ ସେମାନେ ଯୋଗ ଦେଇଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଶୁଭଙ୍କର ମହାପାତ୍ର, ଦିଲ୍ଲୀପ ଦାସ, ସୁଜିତ ଦେବ, ଉପେନ୍ଦ୍ର ନାଥ ଶତପଥୀ, ଚିତ୍ତରଞ୍ଜନ ପଣ୍ଡା, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାଶ, ଅଜିତ ମିଶ୍ର, ସଂଯୁକ୍ତା ମହାପାତ୍ର, ରାଧାକୃଷ୍ଣ ଦାସ, ବୈଲୋଚନ ଦାଶ, ଯୋଗେନ ରଣା, ପ୍ରଦୀପ ପତି, ମୃତ୍ୟୁଞ୍ଜୟ ରାୟ ମହାପାତ୍ର, ଅନନ୍ତ ନାୟକ, ଦିପୁ ପିରି, କାର୍ତ୍ତିକ ଚନ୍ଦ୍ର ରାଉତ, ବିକାଶ ପାଢୀ, ଧୀରଜ ମହାନ୍ତି, କୌସିକ ଚାନ୍ଦ, ମନ୍ମୟ ଦାସ, ସର୍ମିଷ୍ଠା ଦଳେଇ, ଗୌରଗୋପାଳ ସାହୁ, ପର୍ଶୁ ମହାନ୍ତି, ବିନୟ ମହାରଣା, ପିଙ୍କି ପ୍ରଧାନ, ସସ୍ମିତା ଦାଶ, ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ଅନିତା ଦାସ, ତରୁଲତା ମହାନ୍ତି, ସବିତା ପାଣିଗ୍ରାହୀ, ସରୋଜ ହାଜରା, ତରୁଣ ବର୍ଦ୍ଧନ, ମହେଶ ସିଂହ, ଅରୁପ ଜେନା, ପବନ କମିଳା, ମୁନା ମହନ୍ତ, ପବନ ସିଂହ, ଜିତେନ୍ଦ୍ର ଷଡଙ୍ଗୀ, ପ୍ରତାପ ପ୍ରଧାନ, ବବଲୁ ମିଶ୍ର, ଅନନ୍ତ ଚାନ୍ଦ, ଦେବବ୍ରତ ମିଶ୍ର, ଭାଗ୍ୟ ରଞ୍ଜନ ନାୟକ, ଅଭିଷେକ ପଣ୍ଡା, ରାଜେଶ ମହାପାତ୍ର, ସ୍ୱାଧୀନ ପଣ୍ଡା, ରଣଜିତ ପୃଷ୍ଟି, ସୌଭାଗ୍ୟ ମାନସ ନାୟକ, ଅଭୟ ସ୍ୱାଇଁ, ରାକେଶ ପାଢୀ, ରିଙ୍କେଶ ପ୍ରଧାନ, ଦିଲ୍ଲୀପ ଦାସ, ପ୍ରଶାନ୍ତ ପରିଡା, ଅଶୋକ ଦାସ, ସଞ୍ଜୀବ ପ୍ରଧାନ, ପିଣ୍ଟୁ ପେରିୱାଲ, ଶ୍ରୀହରି ଶୁକ୍ଳା, ମାଧବାନନ୍ଦ ସାହୁ, ବସନ୍ତ ନାୟକ, ମଧୁସୁଦନ ମାଝୀ, ମାନସ ସାହୁ, ସେଖ ହଲିମ, ପ୍ରହଲ୍ଲାଦ ଦାସ, ରଞ୍ଜନ ପରିଡା, ବିକ୍ରମଜିତ କର, ସରୋଜ ପରିଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.