Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ତଥ୍ୟ

ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ତଥ୍ୟ

108

ବାଲେଶ୍ୱର, ୧୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୮ରେ ପହଞ୍ଚିଛି। ଅଦ୍ୟାବଧି ୧୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୫୦୫ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଆଜି ବାଲେଶ୍ୱରରେ କରୋନା ସଂକ୍ରମିତ ୩୮ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଅଦ୍ୟାବଧି ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୯ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ବାଲେଶ୍ୱର ସହରରେ ବଢ଼ୁଥିବା ସହକ୍ରମଣ ହାରକୁ ନେଇ ସବୁ ମହଲରେ ଉଦ୍‌ବେଗ ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୧୬ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସେମାନଙ୍କ ମଧ୍ୟରେ ବାରବାଟୀର ୭୮ ବର୍ଷର ବୃଦ୍ଧ ଓ ୩୬ବର୍ଷର ଯୁବକ, ମାଣିଖମ୍ବର ୫୬ବର୍ଷର ପୁରୁଷ, ସୁନହଟର ୫୮ ଓ ୫୨ ବର୍ଷର ପୁରୁଷ, ବୈରାମନଗରର ୫୭ବର୍ଷର ପୁରୁଷ, ଚୁନଭାଟୀର ୫୨ ବର୍ଷର ପୁରୁଷ, ନଲମଗଞ୍ଜର ୨୩ ବର୍ଷର ଯୁବତୀ, ସୁଏଲପୁରର ୨୬ ବର୍ଷର ଯୁବକ, ଦୌଡ଼ିଭଙ୍ଗାର ୩୪ ବର୍ଷର ମହିଳା ଓ ୧୬ ବର୍ଷର ବାଳିକା, ବାଲୁବଜାରର ୨୮ ବର୍ଷର ମହିଳା, ମାନସିଂବଜାରର ୫୦ ବର୍ଷର ପୁରୁଷ, ମୌହାସାହିର ୨୫ ବର୍ଷର ମହିଳା, ପୁଲିସଲାଇନ୍ ଅଞ୍ଚଳର ୫୨ବର୍ଷର ପୁରୁଷ ସଂକ୍ରମିତ ହୋଇଛନ୍ତି। ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.