Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ଚାନ୍ଦବାଲିରେ ତ୍ରିରଙ୍ଗା ଶୋଭାଯାତ୍ରା

ବିଜେପି ପକ୍ଷରୁ ଚାନ୍ଦବାଲିରେ ତ୍ରିରଙ୍ଗା ଶୋଭାଯାତ୍ରା

31

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ରେ ବିଜେପି ପକ୍ଷରୁ ମଙ୍ଗଳବାର ଅପରାହ୍ନ ୪ଟାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନଏସିସ୍ଥିତ ମା କାଳୀ ମନ୍ଦିର ନିକଟରୁ ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ହାଟପଟି ଛକ, ଫକୀରମୋହନ ଛକ, ମଧୁବାବୁ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ବଡ଼ବଜାର ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା ଜିନ୍ଦାବାଦ ନାରା ଦେଇ ନୁଆବସଷ୍ଟାଣ୍ଡ ନିକଟରେ ଶୋଭାଯାତ୍ରା ସମାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟୀୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, ଜିଲା ସମ୍ପାଦକ କମଳାକାନ୍ତ ସୂତାର, ଏନଏସି ସଭାପତି ବିକାଶ କୁମାର ବେହେରା,ନିର୍ବାଚନୀ ମଣ୍ଡଳୀ ତ୍ରିରଙ୍ଗା ଶୋଭାଯାତ୍ରା ସଂଯୋଜକ ସ୍ମୁତିରଞ୍ଜନ ନାୟକ,ରାଜ୍ୟ କୃଷକମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର କୁମାର ରାଉଳ, ଏନ ଏ ସି ସଂଗଠକ ଜଗନ୍ନାଥ ରାଉତ, ଯୁବ ନେତା ବିଜୟ କୁମାର ବେହେରା ନେତୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାରିଷଦ ଶୀତ ମୋହାଳିକ, ଦେବାଶିଷ ନାୟକ, ଅନୁପ ଜେନା, ଦିଲ୍ଲୀପ ରାଉତ,ବିଷ୍ଣୁ ଦାସ, ମିନକେତନ ବିଶ୍ୱାଳ,ଜୁବୁଲା ମହାନ୍ତି, ସମ୍ବିତ ମହାନ୍ତି, ସୁକାନ୍ତ ପଟନାୟକ, ଭାନୁଶଙ୍କର ଦାସ,ମନରଞ୍ଜନ ଖୁଂଟିଆ,ଶୁଭେନ୍ଦୁ ମହାନ୍ତି,ଅଭିମନ୍ୟୁ ଖୁଂଟିଆ, ସାଗର ସାହୁ,ଦୟାନିଧି ଘଡ଼ାଇ, ବୁଲୁ ରାଉତ,ନାରୀନେତ୍ରୀ ସସ୍ମିତା ଦାସ, ଅଞ୍ଜନା ମହଲା, ପ୍ରେମିଲତା ବାରିକ, ମେନକା ଦାସ, ରଶ୍ମିତା ସାହୁ, ସମ୍ମିମା ପରବୀନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.