Home ଜିଲ୍ଲା ପରିକ୍ରମା ବିଜେପି ନେତ୍ରୀ ଏବଂ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ଜୀବନରୁ ମାରିଦେବାକୁ ଧମକ

ବିଜେପି ନେତ୍ରୀ ଏବଂ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ଜୀବନରୁ ମାରିଦେବାକୁ ଧମକ

15

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅନ୍ତର୍ଗତ ଘେଂଟଶ୍ୱର ଅଂଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ପୁଲିସ ପ୍ରଶାସନ ଦିନକୁ ଦିନ ସ୍ଥାଣୁ ପାଲଟି ଯାଇଛି । ଫଳରେ ଘଟଣା ଘଟିବାର ୨୪ଘଂଟା ବିତିଯାଇଥିଲେ ମଧ୍ୟ ଆସାମୀ ମାନଙ୍କୁ ଧରିବାରେ ପୁଲିସ ବିଫଳ ମଧ୍ୟ ହୋଇଛି। ପ୍ରାପ୍ତ ଖବର ରୁ ପ୍ରକାଶ ବାଲିପଦା ଗ୍ରାମର ବିଜେପି ନେତ୍ରୀ ମାଳତୀ ଲତା ସାହୁ ନିଜର ୩ ସହଯୋଗୀ ମାନଙ୍କ ସହ ଘେଂଟଶ୍ୱର ଆସୁଥିବା ବେଳେ ସେହି ଗ୍ରାମର ୪-୫ଜଣ ଅସାମାଜିକ ବ୍ୟକ୍ତି ମାନେ ସଂଘବଧ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ମାଳତୀ ଲତା ସାହୁ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ପ୍ରବଳ ମାଡ଼ ମାରି ଥିଲେ। ଘଟଣା ସ୍ଥଳ ରେ ସମସ୍ତେ ମାଡ଼ ଖାଇ ତଳେ ପଡ଼ିଥିବା ବେଳେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ମାନେ ଖଣ୍ଡା, ଭୁଜାଲି ବନ୍ଧୁକ ବ୍ୟବହାର କରି ଆକ୍ରମଣ କରିବା ସହ ବ୍ଲେଡ ରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏହି ଆକ୍ରମଣ ରେ ମାଳତି ଲତା ସାହୁ, ପ୍ରକାଶ ବାରିକ, ଶରତ ସେନାପତି, ଭରତ ସେନାପତି ପ୍ରମୁଖ ଆକ୍ରମଣ ର ଶିକାର ହୋଇଥିଲେ। ପରେ ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳ ବାସି ଆସି ଏମାନଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି। ଏ ନେଇ ବାଂଶଡା ଥାନା ରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଦୀର୍ଘ ୨୪ଘଂଟା ବିତି ଯାଇଥିଲେ ମଧ୍ୟ କୌଣସି ଆସାମୀ କୁ ଗିରଫ କରିବାରେ ସଫଳ ହୋଇନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.