Home ଜିଲ୍ଲା ପରିକ୍ରମା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

13

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦେଶ ରେ ବିଜେପି ର ନିଷ୍ପତି କ୍ରମେ, ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସାରା ଓଡିଶା ରେ ଚାଲୁଅଛି ।ଏହି ପରିପେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମା \” ପାଇଁ ଗଛଟିଏ କାର୍ଯ୍ୟକ୍ରମ ଶୁକ୍ରବାର ୪ ଘଟିକାରେ ମହୁଲିଆ ପଂଚାୟତ ରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକରେଣୀ ସଦଶ୍ୟ ଉପେନ୍ଦ୍ର ରାଉଳ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷ ର ଆବଶ୍ୟକ ଉପରେ ଉପସ୍ଥିତ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବାର୍ତା ଦେବା ସହିତ ବୃକ୍ଷ ବଂଟନ ମଧ୍ୟ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଜୋତୀନ୍ଦ୍ର ବିଶ୍ୱାଳ, ରାଜ୍ୟ ସମ୍ପାଦକ ବିକ୍ରମ ରାଉତରାୟ, ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶୋର ନାୟକ, ବରିଷ୍ଠ ନେତା ପୁନ ଚନ୍ଦ୍ର ପାଣି, କାଁହୁଚରଣ ବେହେରା, ଆଖଣ୍ଡଳମଣି ମଣ୍ଡଳ ସଭାପତି ସନ୍ଦୀପ ନାୟକ, ଗଜଲକ୍ଷ୍ମୀ ମଣ୍ଡଳ ସଭାପତି ଚନ୍ଦନ ବଳ, ମହୁଲିଆ ପଞ୍ଚାୟତ ପ୍ରମୁଖ କ୍ଷୀରରୋଦ ମହଲା, ଭାତପଡା ପ୍ରମୁଖ ସୁଶୀଲ ବାରିକ, ସୁଶାନ୍ତ ପୁହାଣ, ପ୍ରମୋଦ ସେଠି, ଦୟାନିଧି ନାୟକ, ଜଗନ୍ନାଥ ରାଉତ, ସସ୍ମିତା ଦାସ, ସନ୍ତୋଷ ବାରିକ, ସୁରେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.