Home ଜିଲ୍ଲା ପରିକ୍ରମା ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

7

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ ଅବସରରରେ ସୁବର୍ଣମୁଖୀ ମଣ୍ଡଳ ଶାଖା ଆନୁକୂଲ୍ୟରେ ଗୁରୁବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେରଡ଼ା ପଂଚାୟତର ପୁରିପଡ଼ା ଡାହାଲା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ଥାନୀୟ ବଜାର ଅଂଚଳ,ମନ୍ଦିର ପରିସରର ସଫେଇ କରାଯିବା ସହ ପରିବେଶ ସଫା ସୁତୁରା ରଖିବାକୁ ଜନସଚେତନତା ସୃଷ୍ଟି କରାଯାଇଥିଲା।ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ,ପୂର୍ବତନ ସମିତି ସଦସ୍ୟ ପ୍ରଣବ ରାଉତ,ପୂର୍ବତନ ମଣ୍ଡଳ ସଭାପତି ପ୍ରଦୀପ ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସେନାପତି, ପ୍ରହଲ୍ଲାଦ ସାହୁ,ନେରଡ଼ା ପଂଚାୟତ ସଭାପତି ବିବେକାନନ୍ଦ ସାହୁ,କୈଳାସ ସାହୁ,ତରଣୀସେନ ପଣ୍ଡା, ରାଜେଶ ବିଶ୍ୱାଳ, ରବୀନ୍ଦ୍ର ଦେଓ,ରଶ୍ମିରଞ୍ଜନ ଜେନା, ଅକ୍ଷୟ ରାଉତ ପ୍ରମୁଖଙ୍କ ସମେତ ଅନେକ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.