Home ଜିଲ୍ଲା ପରିକ୍ରମା ବିଜେପିର ବିଜୟ ଉତ୍ସବ ପାଳିଲେ ଭଦ୍ରକ ବିଧାୟକ ସୀତାଂଶୁ

ବିଜେପିର ବିଜୟ ଉତ୍ସବ ପାଳିଲେ ଭଦ୍ରକ ବିଧାୟକ ସୀତାଂଶୁ

6

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶାର ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ଓ ଐତିହାସିକ ବିଜୟ ପାଇଁ ଭଦ୍ରକ ବିଧାନସଭା ପକ୍ଷରୁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ସଭାପତି ଭଗବାନ ପଣ୍ଡା ପ୍ରମୁଖ ଦଳୀୟ ନେତୃତ୍ୱ ଓ କର୍ମୀବୃନ୍ଦଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ବିଜୟ ଉତ୍ସବରେ ବିଧାୟକ ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ଭାଜପା ସରକାର ପ୍ରତି ସାଧାରଣ ଜନତାଙ୍କର ଆସ୍ଥା ଓ ଭରସା କ୍ରମଶଃ ବୃଦ୍ଧି ପାଉଥିବା ନେଇ ସୂଚନା ଦେଇଥିଲେ। ନୂଆପଡାବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତି ବିଶ୍ୱାସ ରଖି ଏହି ଉପନିର୍ବାଚନରେ ଯେଉଁ ଅକୁଣ୍ଠ ସମର୍ଥନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ଉପନିର୍ବାଚନ ପ୍ରଚାରରେ ବିଧାୟକ ଶ୍ରୀ ମହାପାତ୍ର ସାମିଲ ହୋଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିଲେ। ତେବେ ଏହି ବିଜୟରେ ଶ୍ରୀ ମହାପାତ୍ର ଦଳୀୟ କର୍ମାକତା ଓ କର୍ମୀଙ୍କ ସହ କାର୍ଯ୍ୟାଳୟ ପରିସରରେ ବାଣ ଫୁଟାଇ ମିଠା ବାଂଟି ଏହି ଉତ୍ସବକୁ ମନାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.