Home ଓଡ଼ିଶା ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ଦେବେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ଦେବେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

101

ଭୁବନେଶ୍ୱର, ୧୨/୧୨ (ଓଡ଼ିଆ ପୁଅ) : ଅନେକ ସାମାଜିକ ଆନ୍ଦୋଳନର କର୍ଣ୍ଣଧାର, ସରକାରୀ କାମରେ ଓଡିଆ ଭାଷା ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନର ଆଗ ଧାଡିର ସେନାପତି ତଥା ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ବରିଷ୍ଠ ରାଜନେତା ଦେବେନ୍ଦ୍ର ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗି, ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଦାସ ଜଣେ ଦକ୍ଷ ସୁସଙ୍ଗଠକ ଭାବେ ଜଣାଶୁଣା ଥିଲେ। ସେ ଭାରତୀୟ ଜନସଙ୍ଘରେ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଯେତେବେଳେ ବିଜେପିର ଗଠନ ହେଲା ସେ ସେଥିରେ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାମ କରି ରାଜ୍ୟରେ ବିଜେପିର ସଙ୍ଗଠନ ବଢିବାରେ ଏକ ପ୍ରମୁଖ ଭୂମିକା ନିଭାଇ ଥିଲେ। ରେଳ ଟିକେଟ ସଂରକ୍ଷଣ କରିବାପାଇଁ ଥିବା ବ୍ୟବସ୍ଥାକୁ ଓଡିଆ ଭାଷାରେ ଉପଲବଧ କରାଇବା ଦିଗରେ ତାଙ୍କର ଭୂମିକା ଅନସ୍ୱିକାର୍ଯ୍ୟ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହେଲାବେଳେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ମାନସ ମହାନ୍ତି, ଉପ ସଭାପତି ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ତାଙ୍କ ବିୟୋଗରେ ରାଜ୍ୟର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଜେପି ନେତୃବୃନ୍ଦ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.