Home ଜିଲ୍ଲା ପରିକ୍ରମା ବିଜେପିରେ ଯୋଗଦାନର ଦରଖାସ୍ତ ମହଙ୍ଗା ପଡିଲା, ଭଣ୍ଡାରିପୋଖରୀ ପଂଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦଳ ଛାଡିଲେ ହତ୍ୟା...

ବିଜେପିରେ ଯୋଗଦାନର ଦରଖାସ୍ତ ମହଙ୍ଗା ପଡିଲା, ଭଣ୍ଡାରିପୋଖରୀ ପଂଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦଳ ଛାଡିଲେ ହତ୍ୟା ଧମକ, ଥାନାରେ ଅଭିଯୋଗ

17

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ବିଜେପିରେ ଯୋଗଦାନ କରିବାକୁ ଦରଖାସ୍ତ କରିଥିବାରୁ ତାଙ୍କ ଘର ଉପରେ ପଥର ମାଡ କରାଯିବା ସହ ହତ୍ୟାର ଧମକ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ମୂଳେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ପାଇଁ ଶ୍ରୀମତୀ ସେଠୀ ଦରଖାସ୍ତ କରିଥିଲେ। ଏଥିପାଇଁ ଗତ ୨/୩ ଦିନ ହେବ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛାଡିବା ପାଇଁ ବାଧ୍ୟ କରିଆସୁଛନ୍ତି। ଏହାକୁ ପ୍ରତ୍ୟାଖାନ କରିବାକୁ ଗତ ଶନିବାର ରାତିରେ କେତେକ ଆସାମାଜିକ ଲୋକ ତାଙ୍କ ଘର ଉପରକୁ ପଥର ମାଡ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ଅଧ୍ୟକ୍ଷା ଅଭିଯୋଗରେ ଦର୍ଶାଇଛନ୍ତି। ଏବେ ଅଭିଯୋଗ ପତ୍ରରେ କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇନଥିବାର ଜଣାଯାଇଛି। ଅଧ୍ୟକ୍ଷା ଓ ତାଙ୍କ ପରିବାରକୁ ସୁରକ୍ଷା ପାଇଁ ଅଭିଯୋଗରେ ପୁଲିସ୍‌କୁ ଅନୁରୋଧ କରାଯାଇଛି। ମାତ୍ର ଏହି ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ ଗଣମାଧ୍ୟମକୁ କହିଛନ୍ତି। ବିଜେଡି ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ମୂଳେ ଶ୍ରୀମତୀ ସେଠୀଙ୍କୁ ଦଳ ପରିତ୍ୟାଗ ନକରିବାକୁ ଅପିଲ କରାଯାଇଛି। ଏଭଳି ଅଭିଯୋଗକୁ ପ୍ରାୟୋଜିତ ଓ ମିଥ୍ୟା ବୋଲି ବିଜେଡି ପକ୍ଷରୁ ଦର୍ଶାଯାଇଛି। ସଂପ୍ରତି ଚାଲିଥିବା ମିଶ୍ରଣ ପ୍ରସ୍ତୁତି ଘଟଣା ପରିପ୍ରେକ୍ଷୀରେ ଏହି ଅଭିଯୋଗ ରାଜନୀତି ମହଲରେ ଏବେ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.