Home ଓଡ଼ିଶା ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡାଙ୍କୁ ବହିଷ୍କାର

ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡାଙ୍କୁ ବହିଷ୍କାର

55

କେନ୍ଦ୍ରାପଡ଼ା, ୪ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ କୁମାର ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଯୁଗ୍ମ ସମ୍ପାଦକ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଛି। କିନ୍ତୁ କେଉଁଭଳି କାର୍ଯ୍ୟପାଇଁ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ପତ୍ରରେ କିଛି ଉଲ୍ଲେଖ ନାହିଁ। ଏ ସମ୍ପର୍କରେ ଶ୍ରୀ ପଣ୍ଡାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରିବାରୁ ସେ କହିଲେ ଯେ ମୁଁ କୈାଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ବିଜୁ ଜନତା ଦଳ ଆରମ୍ଭ ହେବା ଦିନଠାରୁ ମୁଁ ଦଳ ସହିତ ରହିଛି। ଦଳ ମୋତେ ଜିଲ୍ଲା ଛାତ୍ର ଜନତା ସଭାପତି ଭାବେ ୧୨ବର୍ଷ ଏବଂ ଜିଲ୍ଲା ଯୁବ ସଭାପତି ଭାବେ ୫ବର୍ଷ ଓ ଜୀବନବିନ୍ଦୁ ସଂଯୋଜକ ଭାବେ ୨ବର୍ଷ ଧରି ଦାୟିତ୍ୱ ତୁଲାଇବାକୁ ଦେଇଥିଲା ମୁଁ ମଧ୍ୟ ତାହାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲି। ଏହାପରେ ଦଳ ମୋତେ ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ଦାୟିତ୍ୱ ଦେଇଥିଲା। ସେଥିପାଇଁ ମୁଁ ଦଳ ନିକଟରେ କୃତଜ୍ଞ ଓ ଦଳ ପାଇଁ ମୁଁ ସାମାଜିକ ପରିଚୟ ପାଇଛି। ବିଜୁ ଜନତାଦଳର ଜଣେ ସମର୍ପିତ କର୍ମୀ ଭାବେ ମୁଁ ଗର୍ବ ଅନୁଭବ କରେ। ଗତ କିଛିଦିନ ହେଲା ଦଳ ମୋତେ ରାଜ୍ୟରେ ସାଂଗଠନିକ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଥିଲା। ମୁଁ ତାହାକୁ ସୂଚାରୁ ରୂପେ ସମ୍ପାଦନ କରୁଥିଲି। ତେଣୁ ମୁଁ କୈାଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ଦଳ ମୋତେ କାହିଁକି ବହିଷ୍କାର କଲା ତାହା ମୁଁ ଜାଣିନାହିଁ। ମୁଁ ସବୁଦିନ ବିଜୁ ଜନତାଦଳରେ ରହିବି ଓ ନବୀନ ପଟ୍ଟନାୟକ ହେଉଛନ୍ତି ମୋ ନେତା। ଆଗାମୀ ଦିନରେ ଦଳ ଯାହା ନିର୍ଦେଶ ଦେବ ତାକୁ ମୁଁ ନିଷ୍ଟାର ସହ ପାଳନ କରିବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.