Home ଓଡ଼ିଶା ବିଜେଡି କାର୍ଯ୍ୟକାରିଣୀ ରୁ ଅନୁଭବ ଓ ମନ୍ତ୍ରୀ ପଦ୍ମନାଭ ବାଦ ପଡିଲେ

ବିଜେଡି କାର୍ଯ୍ୟକାରିଣୀ ରୁ ଅନୁଭବ ଓ ମନ୍ତ୍ରୀ ପଦ୍ମନାଭ ବାଦ ପଡିଲେ

727

ଭୁବନେଶ୍ୱର୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବା ପରେ । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କେନ୍ଦାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦଳ ବାଦ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିରୋଧି ଦଳ ଗୁଡିକ ଆଗମି ଦିନରେ ଏହି ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ହେବାର ଆଶା ସଂଞ୍ଚାର ହୋଇଥିବା ବେଳେ ବିଜେଡି ଦଳ ସୁପ୍ରିମୋ ଦୁର୍ନିତୀରେ ଲିପ୍ତ ଥିବା ନେତା ଓ ଅମଲାଙ୍କ ବିରୋଧରେ ଧିରେ ଧିରେ କଠୋର ହେବା ଦେଖିବାକୁ ମିଲିଛି । ସୁଚନାଯୋଗ୍ୟ  ଗତ କିଛି ଦିନ ତଳେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ । ଜନ ପ୍ରତିନିଧି ଆଇନ୍ ୧୯୫୧ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୈାଣସି ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକ ନଥିବା ସ୍ଥଳେ । ପ୍ରାର୍ଥୀମାନେ ବିଭିନ୍ନ ସମୟରେ ନିଜକୁ ବଡ ଦେଖାଇବାକୁ ଶିକ୍ଷାଗତ ଯୋଗ୍ୟତାର ଭୁଲ ତଥ୍ୟ ଦେଇ ନିଜକୁ ଆଇନର କାଠଗଡାକୁ ଟାଣିବା ଦେଖିବାକୁ ମିଳିଛି । ଏପରି ଏକ ଘଟଣାର କଂଗ୍ରେସ ଦଳ ପକ୍ଷରୁ  କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କେଂଗ୍ରେସ ନେତା ଆଇନଜୀବି ନିଶିକାନ୍ତ ମିଶ୍ର ତଥ୍ୟ ରଖିବା ସହ ତୁରନ୍ତ ମନ୍ତ୍ରୀ ଶ୍ରୀବେହେରାଙ୍କୁ ମୂଖ୍ୟ ମନ୍ତ୍ରୀ ବହିଷ୍କାର କରିବାକୁ ଦାବି କରିଥିଲେ। ସେହିପରି କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି ନିର୍ବାଚନ ସମୟରେ ଜାଲ ପ୍ରମାଣ ପତ୍ର ଦେଇ ଦଳକୁ ବଦନାମ କରିବା ସହ ନିଜେ ହରଡ ଘଣାରେ ପଡିବା ଦଳର ସୁପ୍ରିମୋଙ୍କ ଚିନ୍ତାର କାରଣ ହୋଇଥିଲା । ବିରୋଧି କଂଗ୍ରେସ ଦଳ ପକ୍ଷରୁ ଏହାକୁ ନେଇ ଗଣଧ୍ୟମରେ ପ୍ରଚାର ପ୍ରସାର କରିବା ସହ ରାଜ୍ୟ ସରକାର ଏହି ଦୁଇ ନେତାଙ୍କ ବରଖାସ୍ତକରିବା ସହ ଗିରଫ କରିବାକୁ ଦାଦି କରିଥିଲା । ଏହି ଦୁଇ ନେତା କେଉଁ ମୁହୂତ୍ତ୍‌ର୍ରେ ଆଇନର ଜାଲରେ ଛନ୍ଦି ହେବେ ତାକୁ ନେଇ ରାଜ୍ୟରେ ଆଲୋଚନା ଜୋର ଧରିଥିବା ବେଳେ ଆଗକୁ ମନ୍ତ୍ରୀ ବିଦା ହେବାର  ଏହା ପୂର୍ବାଭାସ ବୋଲି ଦଳ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଆଲୋଚ୍ୟର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.