Home ଜିଲ୍ଲା ପରିକ୍ରମା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ସମ୍ମିଳନୀ

ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ସମ୍ମିଳନୀ

95

ବାଲେଶ୍ୱର, ୧୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲାସ୍ତରୀୟ ସମ୍ମିଳନୀ ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ଆବାହକ ସଂଜୟ କୁମାର ଦାସ ଏଥିରେ ସଭାପତିତ୍ୱ କରିବା ସହିତ ଚଳିତ ଉପ-ନିର୍ବାଚନରେ ସାମ୍ମୁଖ୍ୟର ଦାୟିତ୍ୱ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ଉପ-ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଉପ-ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ୱରୂପ ଦାସ, ସାମ୍ମୁଖ୍ୟର ଜିଲ୍ଲା ଆବାହକ ବିନୋଦ ପାଣି, ସୂର୍ଯ୍ୟକାନ୍ତ କର ପ୍ରମୁଖ ଏଥିରେ ଯୋଗ ଦେଇ ଆଇନଜୀବୀଙ୍କ ସାମାଜିକ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଫଳପ୍ରଦ ନିଷ୍ପତି ସମ୍ପର୍କରେ ଆଲୋଚନା କରିଥିଲେ। ଅତଏବେ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମ୍ମୁଖ୍ୟର ପ୍ରତ୍ୟେକ ସଦସ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ଏହି ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଆଇନଜୀବୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.