ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟଠାରେ ଭଦ୍ରକ ବିଧାନସଭା ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା “ନୂତନ ସଦସ୍ୟତା ଅଭିଯାନ” ଏବଂ “ପଦଯାତ୍ରା” ପାଇଁ ଏକ ପ୍ରସ୍ତୁତି ବୈଠକ ଜନପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ବିଜୁ ଜନତା ଦଳର ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ, ପୌରପାଳିକା ଅଧ୍ୟକ୍ଷା ଙ୍କ ପ୍ରତିନିଧି ଜାହିଦ ହବି୍ୱ, ବିଭିନ୍ନ ପଂଚାୟତର ସରପଂଚ ଓ ପୌରପାଳିକା କାଉନ୍ସିଲର, ସମିତି ସଭ୍ୟ ଓ ପାରିଷଦ ବୃନ୍ଦ, ବିଜୁ ଜନତା ଦଳ ଜିଲ୍ଲା, ବ୍ଲକ ଓ ଟାଉନ ର ବରିଷ୍ଠ, ଯୁବ ଓ ମହିଳା ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ସମସ୍ତଙ୍କୁ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।