Home ଜିଲ୍ଲା ପରିକ୍ରମା ବିଜେଡିର ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ବିଜେଡିର ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

6

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜୀଙ୍କ ଆସନ୍ତା ଜନ୍ମଦିବସ (୧୬ ଅକ୍ଟୋବର) ଓ ଚଳିତ “ଜନ ସମ୍ପର୍କ ପଦଯାତ୍ରା” ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଉକ୍ତ ବୈଠକରେ ଆଗାମୀ ନବୀନ ବାବୁ ଙ୍କ ଜହ୍ନ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ସହିତ ଜନ ସମ୍ପର୍କ ପଦଯାତ୍ରା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସର୍ବ ସହମତି କ୍ରମେ ସୂଚନା ଦିଆଯାଇଛି । ବୈଠକଟି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଦେବୀଦୠା ମହାନ୍ତି, ସୁଚିଶ୍ମିତା ସାହୁ, ଦିଲ୍ଲୀପ ନାୟକ(ୱାର୍ଡ ନଂ ୫) ବିଶୁ ନାୟକ, ଅକ୍ଷୟ କୁମାର ମହାନ୍ତି, ଗଣେଶ ପଣ୍ଡା, ମୁକ୍ତିକାନ୍ତ ସାହୁ, ପଙ୍କଜ ବଳ, ଫରହାତ ଆଲମ୍ ଖାନ, ଅଧିବକ୍ତା ପୱନ ଶର୍ମା, ଚନ୍ଦ୍ରକାନ୍ତ ମହାପାତ୍ର, ରତ୍ନାକର ସାମଲ, ବିଶ୍ୱନାଥ ଉପାଧ୍ୟାୟ, ଦିଲ୍ଲୀପ ନାୟକ(ହରିପୁର), ଶଙ୍କର୍ଷଣ ପଣ୍ଡା, ଟୁଲୁ ପୁହାଣ, ଗୋପାଳ ଚନ୍ଦ୍ର ଦାସ, ରଘୁନାଥ ପଣ୍ଡା, ସୁଶାନ୍ତ ଚୌଧୁରୀ, ପ୍ରତାପ ମହାନ୍ତି, ଦାଶରଥି ମିଶ୍ର, ବସନ୍ତ ଜେନା, ଖଗେଶ୍ୱର ମିଶ୍ର ମେହେବୁ୍ୱ ଖାନ, ଗୋପୀନାଥ ନାୟକ, ହରିହର ଜେନା, ସୁବ୍ରତ କୁମାର ଦାସ, କୁମାର କେଶରୀ ନାୟକ, ପ୍ରିୟବ୍ରତ ନାୟକ, ବିକାଶ ଶ୍ରେଷ୍ଠା, ଆଶିଷ କୁମାର ମହାନ୍ତି, ସୌମେନ୍ଦ୍ର ସାହୁ, ନାସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ, ଜିତନ ପଣ୍ଡା, ଗୁରୁଦୟାଲ ସାମଲ, କାମେଶ ବାରିକ ଙ୍କ ସହିତ ବରିଷ୍ଠ, ମହିଳା ଓ ଯୁବଛାତ୍ର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.