Home ଜିଲ୍ଲା ପରିକ୍ରମା ବିଜେଡିରେ ଯୋଗଦେଲେ ନାଆମୀ ସରପଞ୍ଚ ଓ ସମିତିସଭ୍ୟ

ବିଜେଡିରେ ଯୋଗଦେଲେ ନାଆମୀ ସରପଞ୍ଚ ଓ ସମିତିସଭ୍ୟ

25

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନାଆମୀ ସରପଞ୍ଚ ସସ୍ମିତା ସେଠୀ ଓ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ଦଳର ସ୍ଥାନୀୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ବ୍ଲକ ମହିଳା ସଭାନେତ୍ରୀ ରଶ୍ମିତା ପାଢୀ, ଦଳର ବନ୍ତ ବ୍ଲକ ନେତା ଅକ୍ଷୟ ଦାସ, ସ୍ଥାନୀୟ ନେତା ନେତା କୁଶ ଦାଶ, ସତ୍ୟାନନ୍ଦ ମହାପାତ୍ର, ଅଶୋକ ବାରିକ, ସନ୍ତୋଷ ବାରିକ, ସୁଶାନ୍ତ ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦିବାକର ନାୟକ, ସଦାନନ୍ଦ ଦାସ, ଗୌରାଙ୍ଗ ଜେନା, ବାବୁ ଘଡେଇ, ରାଜକିଶୋର ଜେନା, ଶଙ୍କର୍ଷଣ ମାଝୀ, ବିଷ୍ଣୁ ଜେନା ପ୍ରମୁଖ ଦଳର ପଞ୍ଚାୟତ ନେତା ଓ କର୍ମୀମାନେ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.