Home ଜିଲ୍ଲା ପରିକ୍ରମା ବିଜୁ ସେତୁ ଶିଳାନ୍ୟାସ

ବିଜୁ ସେତୁ ଶିଳାନ୍ୟାସ

488

ଯାଜପୁର୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଲକ ଅନ୍ତର୍ଗତ ପତରପଦା ପଂଚାୟତର ଓଚିନ୍ଦା ନାଳରେ ହେବାକୁ ଥିବା ବିଜୁ ସେତୁର ଶିଳାନ୍ୟାସ ଉତ୍ସବ କୋରାଇ ବିଧାୟକ ଆଶୋକ ବଳଙ୍କ କରକମଳରେ ଶିଳାନ୍ୟାସ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡାଇ, ସରପଂଚ ପ୍ରକାଶ ଚନ୍ଦ୍ର ମଲ୍ଲିକ, ସମିତିସଭ୍ୟା ପାର୍ବତୀ ବେହେରା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଂଜନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ୭ମିଟର ଚଉଡା, ୪୩ ମିଟର ଲମ୍ବର ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧ କୋଟି ୬୭ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଏହା ୪ଟି ସ୍ପାନରେ ହେବ ବୋଲି ବିଭାଗୀୟ ସୂଚନା ମିଳିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହି ସେତୁ କାର୍ଯ୍ୟ ଶେଷ ହେବ । ଶିଳାନ୍ୟାସ ପରେ ଏହି ଅବସରରେ ଓଚିନ୍ଦା ରାସସ୍ଥଳୀ ଠାରେ ଏକ ସଭା ସୁବାସ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ବଳଙ୍କ ସମେତ ସମସ୍ତ ଅତିଥି ଓ ପଂଚାୟତ ସଭାପତି ସନ୍ତୋଷ କୁମାର ବେହେରା ସେଠାରେ ଯୋଗଦେଇଥିଲେ । ଗ୍ରାମର ବିଭିନ୍ନ ସମସ୍ୟା ସର୍ମ୍ପକରେ ଓ ନବ ଗଠିତ ପଥରପଦା ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ବିଧାୟକଙ୍କ ନିକଟରେ ଦାବି କରାଯାଇଥିଲା । ପାଣିକୋଇଲି ବଜାଜରୁ ଏକ ବାଇକ ଶୋଭାଯାତ୍ରାରେ ବିଧାୟକଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା । ଗ୍ରାମ୍ୟ ମୁଖ୍ୟ ରଘୁନାଥ ପାଢୀ, ସତିସ ଧଳ, ସ୍ୱପ୍ନାନନ୍ଦ ଦାସ, ପ୍ରଶାନ୍ତ ଦାଶ, ଗଙ୍ଗାଧର ସାହୁ, କାର୍ତିକ ମଲ୍ଲିକ, ପ୍ରେମେଶ ମହାକୁଡ, ଆଲୋକ ବେହେରା, ଦୀପକ ରାୟ, ଅଶୋକ ଲେଙ୍କା,ଜିତେନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ବିଶ୍ୱାଳ, ସୁରେଶ ପଣ୍ଡା, ନିରଂଜନ ପରିଡା, ନାରାୟଣ ଗିରି, ଦେବୀଦତ ମହାପାତ୍ର, ଜିତେନ୍ଦ୍ର ଭାରତୀ, ମଦନ ମୋହନ ଜେନା, ଅଚୁତ୍ୟାନନ୍ଦ ସାହୁ, ଅକ୍ଷୟ ସାମଲ,ଫକୀର ଦାସ, ଗୋଲେଖ ଭାରତୀ, ସୁଦର୍ଶନ ମଲ୍ଲିକ, ଭୀମସେନ ପରିଡାଙ୍କ ସମେତ ଶତାଧିକ କର୍ମି ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.