Home ଜିଲ୍ଲା ପରିକ୍ରମା ବିଜୁ ସେତୁ ନିର୍ମାଣ ବିବାଦ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ

ବିଜୁ ସେତୁ ନିର୍ମାଣ ବିବାଦ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ

17

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ମହାନ୍ତିପଡ଼ା ଠାରୁ ଇଟୁଆ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ହଳଦୀପହଣୀ ଠାରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଉଚ୍ଚତ୍ତର ବିଜୁ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନଥିଲା । ଯଦ୍ୱାରା ମହାନ୍ତିପଡ଼ା,କାଣ୍ଡବା,ହଳଦୀପହଣୀ,ବିଟିପୁର ଓ ଆଗରପଡ଼ା ଆଦି ଅଂଚଳର ଲୋକେ ଅଧିକ ବାଟ ଦେଇ ଯାଆଆସ କରୁଛନ୍ତି । ବିଜୁ ସେତୁ ନିର୍ମାଣ ପାଇଁ ୬୪୨.୨୬ ଲକ୍ଷ ୯୨ ଟଙ୍କା ମଂଜୁର ହୋଇଥିଲା । ଏହାର ଲମ୍ବ ୯୨.୫୯ ମିଟର ଓ ପ୍ରସ୍ଥ ୮.୩୫ ମିଟର । ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ନିର୍ମାଣ ହୋଇ ୨୦୨୧ ମେ ମାସ ୫ ତାରିଖରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ଉକ୍ତ ସେତୁର କିଛି ଅଂଶ ହଳଦୀପହଣୀ ଗ୍ରାମବାସୀଙ୍କ ନିଜସ୍ୱ ଜାଗା ଉପରେ ଯାଉଥିବାରୁ ଗ୍ରମବାସୀମାନେ ଏହାକୁ ବିରୋଧ କରିଆସୁଥିଲେ । ଯଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିଲା । ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିଲା । ଗତ କାଲି ଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚି ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଆଲୋଚନା କରି ଉପୁଜିଥିବା ସମସ୍ୟାର ଆପୋଷ ସମାଧାନ କରିଥିବାର ଜଣା ପଡ଼ିଛି । ଯଦ୍ୱାରା ହଳଦୀପହଣୀ ପାଶ୍ୱର୍ ସ୍ଥିତ ସେତୁ ସ୍ପାନ ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହେବାର ଦେଖିବାକୁ ମିଳିଛି । ଯଦ୍ୱାରା ଏହି ସେତୁ ଉପରେ ନିର୍ଭର କରୁଥିବା ମହାନ୍ତିପଡ଼ା,କାଣ୍ଡବା,ହଳଦୀପହଣୀ,ବିଟିପୁର ଓ ଆଗରପଡ଼ା ଆଦି ଅଂଚଳର ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.