Home ଜିଲ୍ଲା ପରିକ୍ରମା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

28

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂତନ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ୧୬ ରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ ହୋଇଥିଲା। ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ରଖାଯାଇଥିବାବେଳେ ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତି ମିଳିଥିଲା। ସେକ୍ରେଟାରୀ ଜେନେରାଲ ଭାବେ ସୁବାଷ ସିଂ ଏବେ ଦାୟିତ୍ୱ ତୁଲାଉଥିବାବେଳେ କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିଲେ। ତେବେ ସାମ୍ମୁଖ୍ୟର ସଭାପତି ଭାବେ ନବନିଯୁକ୍ତ ଶ୍ରୀ ସାମଲ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୧୯୯୦ ରୁ ୧୯୯୫ ଜନତା ଦଳ ଟିକେଟରେ ଭଦ୍ରକ ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ୨୦୦୧ ରେ ଭଦ୍ରକ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡି ଟିକେଟରେ ଛିଡା ହୋଇ ବିଜୟୀ ହୋଇଥିଲେ। ୨୦୦୯-୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟ୍‌ରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବଂ ୨୦୨୪ ରେ ପୁଣିଥରେ ଭଦ୍ରକ ଆସନରୁ ବିଧାନସଭା ଆସନରେ ଲଢି ବିଜେପିର ସୀତାଂଶୁ ଶେଖର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.