ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବିଜୁ ଯୁବ ଜନତାଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନଦୀଗାଁ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତାଦଳ ପକ୍ଷରୁ ରାଜ୍ୟବ୍ୟାପି ଅକ୍ଟୋବର ୨ରୁ ନଭେମ୍ବର ୨ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଧାମନଗର ବ୍ଲକ ବିଜୁ ଜନତାଦଳର ଆଜି ଉଦ୍ଯାପନି ଦିବସରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଜନତାଦଳର ବ୍ଲକ ସଭାପତି ଭାରତବିଜୟ ଦଳାଇଙ୍କ ସଂଯୋଜନାରେ ଏହି ରକ୍ତଦାନ ଶିବିରରେ ୭୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଉଦ୍ଘାଟନ କରିଥିବାବେଳେ ଅତିଥିଭାବେ ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ତଥା ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ନଦୀଗାଁ ସରପଂଚ ମନୋଜ କୁମାର ରାୟମହାପାତ୍ର, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ବାବୁଲାଲ ସାହୁ, ଯୁବ ବିଜେଡ଼ି ନେତା ସୁଶାନ୍ତ କୁମାର ପଣ୍ଡା, ବିଶ୍ୱରଂଜନ ବିଶ୍ୱାଳ, ଉମାକାନ୍ତ ସାହୁ, ସୁଧିର ଦାସ, ହରିହର ବେହେରା, ଛାତ୍ରସଭାପତି ସୁଭେନ୍ଦୁ ସାହୁ, ମଳୟ ପଣ୍ଡା, ମଧୁସୁଦନ ପରିଡ଼ା, ଦୀନବନ୍ଧୁ ବୈଶାଖ, ଗଗନ ଦାସ ପ୍ରମୁଖ ଉପସ୍ଥିତ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।