Home ଓଡ଼ିଶା ଅଣା ସମଣା ରାସ୍ତାରେ ଡକାୟତିସୁନା ଦୋକାନୀଙ୍କୁ ହାଣି ସୁନାରୁପା ଲୁଟିନେଲେ ଦୁର୍ବୁତ

ଅଣା ସମଣା ରାସ୍ତାରେ ଡକାୟତିସୁନା ଦୋକାନୀଙ୍କୁ ହାଣି ସୁନାରୁପା ଲୁଟିନେଲେ ଦୁର୍ବୁତ

81

ହାଟଡ଼ିହି, ୨ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ରାତି ସାଢ଼େ ସାତଟା ବେଳେ ଅଣା ସମଣା ରାସ୍ତାର ନିସଙ୍ଗପୁର ନିକଟରେ ଜଣେ ସୁନା ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିବା ଜଣାଯାଇଛି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ହସପିଟାଲକୁ ପଠାଯାଇଛି । ଖବରରୁ ଜଣାଯାଇଛି ଯେ ଛେନାପଦିଛକରେ ଅନନ୍ତ ଗୋପାଳ ଜୁଏଲାରୀ ଦୋକାନ କରିଥିବା ଟୁକୁଣା ଗ୍ରାମର ପବିତ୍ର ଦାସ (କାଳିଆ) ସବୁଦିନ ପରି ଆଜି ସନ୍ଧ୍ୟାରେ ନିଜ ଦୋକାନ ବନ୍ଦକରି ବାଇକ ଯୋଗେ ଘରକୁ ଫେରୁଥିଲେ । ନିସଙ୍ଗପୁର ନିକଟରେ ତିନିଜଣ ଦୁର୍ବୁତ ଏକ ପଲସର ଗାଡିରେ ଆସି ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରୁ ସୁନା ବ୍ୟାଗକୁ ଛଡାଇ ନେଇଥିଲେ । ସୁନା ବ୍ୟାଗ ନେଇଯିବା ପରେ ମଧ୍ୟ ଦୁର୍ବୁତମାନେ ତାଙ୍କୁ ଭୁଜାଲିରେ ହାଣି ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ନିଜ ଜୀବନ ବଞ୍ଚାଇବାକୁ ନିସଙ୍ଗପୁର ଗାଁ ଭିତରକୁ ଦୌଡିଯାଇ ପଡିଯିବା ପରେ ପାଟିଶୁଣି ଆଖପାଖ ଘରର ଲୋକମାନେ ଆସି ପହଞ୍ଚି ଘଟଣା ସମ୍ପର୍କରେ ଜାଣି ତୁରନ୍ତ ଆମ୍ବୁଲାନସ ଡାକି ଗୁରୁତର ଆହତ ପବିତ୍ରକୁ ଆନନ୍ଦପୁର ଡାକ୍ତରଖାନା ପଠାଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.