Home କୋରାପୁଟ ବିଜୁ ମହିଳା ଜନତା ଦଳର ସମାବେଶ

ବିଜୁ ମହିଳା ଜନତା ଦଳର ସମାବେଶ

259

କୋରାପୁଟ ; ତା୨୭-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସାଂସ୍କୃତିକ ପରିଷଦ ମଂଚଠାରେ କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳର ଏକ ସମାବେଶ ଅନୁଷ୍ଟିତ ହୋଇଯାଇଛି।କୋରାପୁଟ ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦୦ ମହିଳା ସମାବେଶରେ ଯୋଗଦେଇଥିଲେ।ଜିଲ୍ଲା ସଭାନେତ୍ରୀ ଏମ .ମାଙ୍ଗମାକଂ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାଳତି ମାଝି, ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି, ଜୟପୁର ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁରାଣି ମିଶ୍ର, ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ, କୋରାପୁଟ ର ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ କରିଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ମହିଳାଙ୍କ ଶକ୍ତିଶାଳୀ କରିବା ପାଇଁ ସମାବେଶ ଆୟୋଜନ କରାଯାଉଛି ଏହା ଆସନ୍ତାଦିନରେ ପଂଚାୟତସ୍ତରରେ ମଦ୍ୟ କରାଯିବ ବୋଲି ଜିଲ୍ଲା ସଭାନେତ୍ରୀ ଏମ.ମାଙ୍ଗମା ସୂଚନା ଦେଇଥିଲେ। ମହିଳାମାନେ ସଶକ୍ତି ହୋଇ ସରକାରକଂ ଯୋଜନା ସବୁକୁ ଗାଁରେ ପହଂଚାଇ ପାରିବେ ବୋଲି ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ମହିଳାମାନଙ୍କ ନିମନ୍ତେ ରାଜ୍ୟ ସରକାର ୭ ଲକ୍ଷ ଟଂକାର ସ୍ୱାସ୍ଥ୍ୟ ସେବା ଯୋଜନାକୁ ଗାଁ ର ମହିଳାମାନେ ଅବଗତ ହୋଇପାରିବେ ସେଥି ନିମନ୍ତେ ସମାବେଶ ଆୟୋଜନ କରାଯାଇଥିଲା ବୋଲି ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ ସୂଚନା ଦେଇଥିଲେ।ଏହି ସମାବେଶରେ ପୂର୍ବତନ ବିଧାୟକ ରଘୁରାମ ପଡାଲ, ବିଜେଡି ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡା, ଉତ୍କଳ ରଂଜନ ନାୟକ, ବିନୋଦ ନାୟକ, ଅଶ୍ୱିନୀ ସାହୁ, ରଘୁରାମ ମାଛ ପ୍ରମୁଖ ଉପସ୍ଥିତ ରହିଥିବା ନଜର କରାଯାଇଥିଲା।କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତା ଘୋଷଣା କରାଯାଇଥିବା ଜଣାପଡିଛି।ବିଜୁ ମହିଳା ଜନତା ଦଳରେ ୧୦ ଜଣ ଉପସଭାନେତ୍ରୀ, ୧୨ ଜଣ ସାଧାରଣ ସଂପାଦିକା, ୧୭ ଜଣ ସଂପାଦିକା, ଜଣେ କୋଷାଧ୍ୟକ୍ଷା, ଜଣେ କାର୍ଯ୍ୟକାରୀ ସଭାନେତ୍ରୀ ଓ ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜିଲ୍ଲା ସଭାନେତ୍ରୀ ଏମ .ମାଙ୍ଗମା ନାମ ଘୋଷଣା କରିଥିଲେ।

କୋରାପୁଟ ବିଜୁ ମହିଲା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସୁର୍ଣ୍ଣଲତା ପାଣିଗ୍ରାହୀ ମନୋନୀତ ହୋଇଥିବା ବେଳେ ରାଜିଆ ବେଗମ, ପଦ୍ମା ରେଡ୍ଡି, ନୟନା ତାଡିଙ୍ଗି, କନକ ପେଣ୍ଠିଆ, କୁମୁଦିନୀ ଦିଶାରୀ, ମିନତି ମିଶ୍ର, ଉର୍ମିଲା କରସାନି, ଲତା ରାୟ, ସୁଚିତ୍ରା ସ୍ୱାଇଁ ଓ ଏଲିନା ବେହେରା ପ୍ରମୁଖ ୧୦ ଜଣ ଉପସଭାନେତ୍ରୀ ଭାବେ ମନୋନୀତ ହୋଇଥିଲୋ ଟି .ପାଢୀ, ଭି .ବି.ନବିନ, ସଂଯୁକ୍ତା ବେହେରା, ସରୋଜିନୀ କିଡକି, ବିଜୟ ଲକ୍ଷ୍ମି ପଟନାୟକ, ଗୀତା ଚପାଡି, ମମତା କୁଲଦୀପ, ଶୈଳଜା ଝାକକା, ସତ୍ୟଭାମା ପାଢୀ, ଚଂଚଳା ହରିଜନ, ସବିତା ପଟନାୟକ ଓ ଅର୍ଜନା ଜେନା ପ୍ରମୁଖ ସାଧାରଣ ସଂପାଦିକା ଭାବେ ମନୋନୀତ ହୋଇଥିବା ବେଳେ ୧୭ ଜଣ ସଂପାଦିକା ନାମ ଘୋଷଣା କରାଯାଇଥିଲା।ସସ୍ମିତା ମେଲକା କୋଷାଧ୍ୟକ୍ଷା ଭାବେ ମନୋନୀତ ହୋଇଥିଲେ।କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜିକା ଭାବେ ଶୁଭ୍ରଶ୍ରୀ ମଲ୍ଲିକ ରହିଥିବା ବେଳେ କୋଟପାଡ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଦ୍ମିନୀ ଦିଆନ, ଜୟପୁର ନିମନ୍ତେ ଏଲ .ସିଂ, ପଟ୍ଟାଙ୍ଗୀ ନିମନ୍ତେ ତୁଲସା ଖରା, ଲକ୍ଷ୍ମିପୁର ନିମନ୍ତେ ପୁଷ୍ପା କୈାଶଲ୍ୟାଙ୍କୁ ମନୋନୀତ କରାଯାଇଥିବା ଜିଲ୍ଲା ସଭାନେତ୍ରୀ ଜଣେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.