Home ଓଡ଼ିଶା ପ୍ରାର୍ଥି ମଦ ପିଇଲେ ନିର୍ବାଚନରେ ମହିଳାମାନେ ଭୋଟ ଦେବେ ନାହିଁ

ପ୍ରାର୍ଥି ମଦ ପିଇଲେ ନିର୍ବାଚନରେ ମହିଳାମାନେ ଭୋଟ ଦେବେ ନାହିଁ

83

କୋରାପୁଟ ; ତା୨୭-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସମାଜକୁ ମଦମୁକ୍ତ ଓ ହିଂସାମୁକ୍ତ କରିବାକୁ କୋରାପୁଟ ଜିଲ୍ଲା ମା ଘର ଆଗଭର ହୋଇଛି।ଏପରିକି ଆଗାମୀ ନିର୍ବାଚନରେ ଯେଉଁ ପ୍ରାର୍ଥି ମଦ ପିଉଥିବେ ସେହି ପ୍ରାର୍ଥିଙ୍କୁ ମହିଳାମାନେ ଭୋଟ ଦେବେ ନାହିଁ ବୋଲି କୋରାପୁଟ ଜିଲ୍ଲା ମା ଘର ରୋକଠୋକଭାବେ ଘୋଷଣା କରିଛନ୍ତି।ଆଜି କୋରାପୁଟ ଜିଲ୍ଲା ମା ଘର ସଭାନେତ୍ରୀ ସଂଯୁକ୍ତାରାଣୀ ସାହୁଙ୍କ ନେତୃତ୍ୟରେ ଉପସଭାନେତ୍ରୀ ପ୍ରଭାତି ରାଉତ, ସହ-ସଂପାଦିକା ସଂଯୁକ୍ତା ସାହ, କୋଷାଧ୍ୟକ୍ଷା ରୀନା ନାୟକ, ଅନିତା କୁମାରୀ ବାଡତ୍ୟା, କଳ୍ପନାା ମହାନ୍ତି, ସଂଧ୍ୟାରାଣୀ ପଣ୍ଡା, ଶ୍ୟାମଳା ଲୋହା, ବାସନ୍ତି ପ୍ରଧାନ, ଅନାଇ ଖେମୁଣ୍ଡୁ, କଲ୍ୟାଣୀ ପ୍ରଧାନ, ଭାରତୀ ମୁର୍ମୁ, ରଜନୀ ନାୟକ ସଦସ୍ୟାମାନେ ଏକ ଶୋଭାଯାତ୍ରାରେ କୋରାପୁଟ ଜିଲ୍ଲାପାଳଙ୍କ ଅଫିସକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.