Home ଜିଲ୍ଲା ପରିକ୍ରମା ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ ପାଳନର ପ୍ରସ୍ତୁତି ବୈଠକ

ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ ପାଳନର ପ୍ରସ୍ତୁତି ବୈଠକ

9

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ପ୍ରବାଦ ପୁରୁଷ ତଥା ମହାନ ଦେଶପ୍ରେମୀ, ଅଗଷ୍ଟ ବିପ୍ଳବୀ ଯୋଦ୍ଧା, ରାଜନୀତିଜ୍ଞ, ଆଧୁନିକ ଓଡ଼ିଶାର ଅଗ୍ରଣୀ ସ୍ଥପତି ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସକୁ ପାଳନ କରାଯିବ । ଏହି ଦିନଟି ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଏହି ମହତ୍ୱପୂର୍ଣ୍ଣ ଦିବସଟି ମାନ୍ୟବର ରାଜ୍ୟ ସଭାପତି ଶନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ନିମନ୍ତେ ବିଜୁ ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ଅଧ୍ୟକ୍ଷତାରେ ଏବଂ ପୂର୍ବତନ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ବିଜେଡ଼ି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭାତ ୭ ଘଟିକାରେ ଭଦ୍ରକ ପୌରାଂଚଳ ସାହାପୁର ସ୍ଥିତ ପଂଚମୁଖୀ ହନୁମାନ ମନ୍ଦିର ପାଖ ନଦୀ ଘାଟରେ ତିଳତର୍ପଣ, ସକାଳ ୮ ଘଟିକାରେ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇବା ସହ ପରେ ଏକ ସଭା/ ଆଲୋଚନା ଚକ୍ରରେ “ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀର ଆହ୍ୱାନ” ସମ୍ପର୍କରେ ଆଲୋଚନା ହେବ । ଉକ୍ତ ପ୍ରସ୍ତୁତି ବୈଠକ ରେ ବରିଷ୍ଠ ନେତା ରତ୍ନାକର ସାମଲ, ଯୋଗେନ୍ଦ୍ର ଘଡେଇ, ଅକ୍ଷୟ କୁମାର ମହାନ୍ତି, ମନୋରଞ୍ଜନ ପୁହାଣ, ଦାଶରଥି ମିଶ୍ର, ସୁଧାକର ଜେନା, ହରିହର ଜେନା, ବାବୁଲା ରାଉତ, ଯୁବନେତା ପଙ୍କଜ କୁମାର ବଳ, ବଟକୃଷ୍ଣ ଜେନା, ଇଂ ପ୍ରିୟବ୍ରତ ନାୟକ, ବିକାଶ ଶ୍ରେଷ୍ଠା, ଆଶିଷ କୁମାର ମହାନ୍ତି, ସୌମେନ୍ଦ୍ର ସାହୁ, ତପୁ ଦାସ, ଭଗବାନ ସାମଲ, କୈଳାସ ବେହେରା, ପ୍ରଶାନ୍ତ ଜେନା, କୁମାର କେଶରୀ ନାୟକ, ଦେବାଶିଷ ଭାରତୀ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତୃତ୍ୱ ଓ କର୍ମକର୍ତା ବୃନ୍ଦ ତଥା ଯୁବ, ଛାତ୍ର, ମହିଳା ଓ ଅନ୍ୟାନ୍ୟ ସାମ୍ମୁଖ୍ୟର ନେତୃତ୍ୱ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟ ସୂଚୀ ଅନୁଯାୟୀ ସଭିଙ୍କୁ ଉପସ୍ଥିତ ରହିବା ପାଇଁ ନିବେଦନ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.