Home ଜିଲ୍ଲା ପରିକ୍ରମା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ପ୍ରତିବାଦରେ ଭଦ୍ରକ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ପ୍ରତିବାଦରେ ଭଦ୍ରକ ବିଜେଡି ପକ୍ଷରୁ ପ୍ରତିବାଦ ସଭା

43

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ପ୍ରତିବାଦ ସଭା ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାନ୍ଦବାଲିର ବିଧାୟକ ଡ.ବ୍ୟୋମକେଶ ରାୟ,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲା ବିଜେଡି ମହିଳା ସଭାନେତ୍ରୀ ବିଦ୍ୟୁତ୍‌ଲତା ନାୟକ, ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ,ସଦର ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ଡ଼ଃ ସଞ୍ଜୟ ଦାସ, ସଦର ପୌରପାଳିକା ଚେୟାରମ୍ୟାନ ଗୁଲମକ୍କୀ ହବିବ,ପୂର୍ବତନ ଅଧକ୍ଷ ଧାମନଗର ଅଶୋକ ନାୟକ, ରାକେଶ ପଣ୍ଡା, ପୂର୍ବତନ କାଉନ୍‌ସିଲର ଟିକି ବଳ ପ୍ରମୁଖଙ୍କ ସମେତ ସମସ୍ତ ବିଜୁ ପ୍ରେମୀ ଏବଂ କର୍ମୀ ମାନେ ଉପସ୍ଥିତ ହୋଇ ଆଜି ଘଟିଥିବା ଘୃଣ୍ୟ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଉକ୍ତ ଦୁର୍ବୁତକୁ ଯଥାଶୀଘ୍ର ଗିରଫ କରାଯାଉ, ନହଲେ ଆଗାମୀ ଦିନରେ ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.