ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ପୁରୁଣାବଜାର ଠାରେ ବିଜେଡି ପକ୍ଷରୁ ସାଧାରଣ ଲୋକଙ୍କ ସେବା ପାଇଁ ‘ବିଜୁ ଜନତା ଦଳ ସହାୟତା କେନ୍ଦ୍ର’ ଖୋଲାଯାଇଛି । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲଙ୍କ ଚେଷ୍ଟାରେ ଏହି ସହାୟତା କେନ୍ଦ୍ର ଆଜିଠାରୁ ଆରମ୍ଭ ହୋଇଛି । ସାଧାରଣ ଲୋକମାନେ କିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ବିଶେଷକରି ଆବାସ ଘର, ରେସନ କାର୍ଡ ଓ ସମସ୍ତ ସରକାରୀ ସହାୟତା ପାଇପାରିବେ, ସେଥିପାଇଁ ବିଧାୟକଙ୍କ ପ୍ରତିନିଧି ଇଂ ଶ୍ରୀ ସାମଲ ସପ୍ତାହର ପ୍ରତ୍ୟେକ ବୁଧୁବାର ଓ ଶୁକ୍ରବାର ଦୁଇଦିନ ଉପସ୍ଥିତ ରହି ସାଧାରଣ ଲୋକମାନଙ୍କ ଅଭିଯୋଗ ଶୁଣିବେ ବୋଲି ଜଣାଯାଇଛି ।