Home ଜିଲ୍ଲା ପରିକ୍ରମା ବିଜୁ ଜନତା ଦଳର ଭଦ୍ରକ ଜିଲା ସଭାପତି ହେଲେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ

ବିଜୁ ଜନତା ଦଳର ଭଦ୍ରକ ଜିଲା ସଭାପତି ହେଲେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ

5

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଡ. ବ୍ୟୋମକେଶ ରାୟ ଭଦ୍ରକ ବିଜୁ ଜନତା ଦଳର ଜିଲା ସଭାପତି ଭାବେ ଚୟନ କରାଯାଇଛି। ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ,ପୂର୍ବତନ ବିଜେଡି ରାଜ୍ୟ ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ. ରାୟଙ୍କୁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି । ଏହି ଅବସରରେ ଭଦ୍ରକ ଜିଲା ବିଜେଡିର ବହୁ ବରିଷ୍ଠ ନେତା, କର୍ମକର୍ତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷକରି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଡ. ରାୟ ଏହି ପଦବୀ ପାଇଁ ମନୋନୀତ ହୋଇଥିବାରୁ ଜିଲାରେ ବିଜେଡିର ସଂଗଠନ ସୁଦୃଢ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.