Home ଓଡ଼ିଶା ବିଜୁବାବୁଙ୍କ ୧୦୩ତମ ଜୟନ୍ତୀ

ବିଜୁବାବୁଙ୍କ ୧୦୩ତମ ଜୟନ୍ତୀ

283

କୋରାପୁଟ ୦୫-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ କୋରାପୁଟ ଜିଲା ବିଜୁ ଜନତା ଦଳ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଈଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଝିକ୍କ ହିକକା, ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ, ଉପାଧ୍ୟକ୍ଷା ତୂଳସୀ କିର୍ଷାନୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, କୋରାପୁଟ ମ୍ୟୁନସିପାଲଟି ସଭାପତି ସୁବାସ ସେନାପତି, ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଜେଡି ନେତା ରଘୁରାମ ମାଛ, ଶିବ ପ୍ରସାଦ ପଟ୍ଟନାୟକ, ଉତ୍କଳ ରଂଜନ ନାୟକ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ଜୀବନି ସମ୍ପର୍କରେ ଆଲୋଚନା କରିଥିଲେ। ଆଧୁନିକ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିବା ସହ ବିଜୁ ବାବୁଙ୍କ ଉଦ୍ୟମରେ କୋରାପୁଟ ଜିଲା ସୁନାବେଡାରେ ମିଗ୍ ବିମାନ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଥିବା ବିଜେଡି ନେତୃ ମଣ୍ଡଳୀ ବକ୍ତବ୍ୟ ରକିଥିଲେ। ଟାଉନ ହଲରେ ବୈଠକ ଆରମ୍ଭ ପୂର୍ବରୁ ବିଜୁ ଉଦ୍ୟାନରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ବିଜେଡି ନେତା ଅକ୍ଷୟ କୁମାର ମହାନ୍ତି, ତ୍ରୀନାଥ ପାତିକା, ସନ୍ତୋଷ ପଣ୍ଡା, ଲଲାଟ ରଂଜନ ସେଠୀ, ଲିଲି ବୁରୁଡି, ରାମଚନ୍ଦ୍ର ମାଝି, ପିଟୁଂ ସାହୁ, ବିମଳ ଗରଡା, ଭଗବାନ ମୁଦୁଲି, ଓକିଲ ଜୟନ୍ତ ମିଶ୍ର, ପ୍ରମୋଦ କୁମାର ପାଢୀ, ବିଦ୍ୟାଧର ସାହୁ ଓ ସିମାଂଚଳ ମିଶ୍ରଙ୍କ ସହ ଅନେକ ବିଜେଡି ନେତା ଓ କର୍ମି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.