Home ଜିଲ୍ଲା ପରିକ୍ରମା ବିଖଣ୍ଡିତ ଓଡ଼ଶା ନୁହଁ, ଭାଷାଭିତିକ ପୂର୍ଣ୍ଣ ଓଡିଶା ଲୋଡ଼ା, ଉତ୍କଳ ସମ୍ମିଳନୀ ପକ୍ଷରୁ ବାରିଷ୍ଟର ମଧୁସୂଦନ...

ବିଖଣ୍ଡିତ ଓଡ଼ଶା ନୁହଁ, ଭାଷାଭିତିକ ପୂର୍ଣ୍ଣ ଓଡିଶା ଲୋଡ଼ା, ଉତ୍କଳ ସମ୍ମିଳନୀ ପକ୍ଷରୁ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନୀ ପାଳିତ

21

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ଦ୍ୱାରା ଆଜି ଓଡ଼ିଶାର ବରପୁତ୍ର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ଉତ୍କଳଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ସମ୍ପାଦକ ଅଜୟ ନାୟକ ଆବାହକତ୍ୱରେ ଓ ସଭାନେତ୍ରୀ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ଓ ପୁରୁଣା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା ଓ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଡକ୍ଟର ପ୍ରଫୁଲ୍ଲ ସାହୁ ଯୋଗଦେଇ ବିଖଣ୍ଡିତ ଓଡିଶା ନୁହଁ, ବରଂ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡିଶା ଗଠନ ହେଉ ବୋଲି ଦାବି ରଖିଥିଲେ ଓ ସୀମାନ୍ତରେ ଯେଉଁ ପରିବାର ଓଡ଼ିଆ ଭାଗବତ ଓ ଓଡ଼ିଆ ମାଣବଶା ଗୁରୁବାର ବହି ପଢୁଛନ୍ତି, ସେମାନଙ୍କୁ ଓଡିଶାରେ ଅନ୍ତର୍ଭୁକ୍ତ କରାଯିବାକୁ ଦୃଢ଼ ଦାବି ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଙ୍ଘର ସଭାପତି କୈଳାଶ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗାନ୍ଧୀ ବିଚାର ମଞ୍ଚର ଭଦ୍ରକ ଜିଲ୍ଲା ସଭାପତି ଶାନ୍ତନୁ ରାଉତ, ଅଧିବକ୍ତା ଗଦାଧର ବଳ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ରାଧାରାଣୀ ମହାପାତ୍ର, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ବାଦଲ ମହାପାତ୍ର, ସର୍ବୋଦୟ ସଙ୍ଘର ନେତା ଅମର ପାଣିଗ୍ରାହୀ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ ଓ ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର କୋଷାଧ୍ୟକ୍ଷ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ବୈଲୋଚନ ବେହୁରିଆ, ଶିକ୍ଷୟତ୍ରୀ ଜୟନ୍ତୀ କରଶର୍ମା, ଲକ୍ଷ୍ମୀକାନ୍ତ ବାରିକ, ବିବେକାନନ୍ଦ ଦତ, ଗୀତାରାଣୀ ଆଇଚ, ସନାତନ ସାହୁ ପ୍ରମୁଖ ଉପସ୍ଥିତ ରହି ମଧୁ ବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.