Home ଓଡ଼ିଶା ବିକାଶ ପାଇଁ କେନ୍ଦ୍ର ଦେଉଥିବା ଅର୍ଥରେ ବାଧକ ସାଜୁଛନ୍ତି ନବୀନ ସରକାର ଓଡିଶାକୁ ଦରକାର ଡବଲ...

ବିକାଶ ପାଇଁ କେନ୍ଦ୍ର ଦେଉଥିବା ଅର୍ଥରେ ବାଧକ ସାଜୁଛନ୍ତି ନବୀନ ସରକାର ଓଡିଶାକୁ ଦରକାର ଡବଲ ଇଜିଂନ ସରକାର

359

ଆଠଗଡଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ
ଆଠଗଡ/ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : କଟକ ଏକ ପ୍ରାଚୀନ ସହର। ଏହି ଐତିହାସିକ ସହରରେ ରାଜାମାନେ ରାଜ୍ କରୁଛନ୍ତି କିନ୍ତୁ ପ୍ରଜାମାନଙ୍କ କଥା କେହି ଚିନ୍ତା କରୁନାହାଁନ୍ତି। ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେଉଛି। ନୂଆ କାରଖାନା ଖୋଲାଯାଉନାହିଁ। ରାଜ୍ୟସରକାର ବିକାଶର କାର୍ଯ୍ୟକୁ ଆପଣଙ୍କ ପାଖରେ ପହଂଚାଉନାହଁନ୍ତି। ଯେଉଁ ଭୂମିରେ ନେତାଜୀ ସୁବାଷ ବୋଷ ଜନ୍ମ ନେଇଥିଲେ ସେହି ସ୍ଥାନର ବିକାଶ କେବଳ ବିଜେପି ହିଁ କରିପାରିବ ବୋଲି ଆଠଗଡଠାରେ ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ।

ଶ୍ରୀ ଗୋୟଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ରାଜ୍ୟସରକାର ବାଧକ ସାଜିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସମୟରେ ଏଠାର ନବୀନ ସରକାର ଏହାକୁ ଲାଗୁ ନକରି ଗରୀବଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟସରକାର ଚାଷୀଙ୍କ ତାଲିକା ଦେଇନଥିବା କାରଣରୁ ଆଜି ଲକ୍ଷ ଲକ୍ଷ ଚାଷୀ କେନ୍ଦ୍ର ସରକାରଙ୍କ ସହାୟତାରୁ ବଂଚିତ ରହିଛନ୍ତି।

ରେଲୱ ପାଇଁ କେନ୍ଦ୍ର ସରକାର ୪୫ ହଜାର କୋଟି ଅନୁଦାନ ଦେଇଛନ୍ତି। ରାଜ୍ୟରେ ନୂଆ ରେଲ ଲାଇନ, ଡବଲ ଲାଇନ ଏବଂ ନୂଆ ରେଳ ପ୍ରୋଜେକ୍ଟ ପାଇଁ ନବୀନ ସରକାର ସାହାଯ୍ୟ କରୁନାହଁନ୍ତି। ସ୍ୱାଧୀନତାର ୭୦ ବର୍ଷ ପରେ ଜୟପୁରରୁ ମାଲକାନଗିରି ରେଲ ଲାଇନକୁ ମୋଦି ସରକାର ମଂଜୁରୀ ଦେଇଛନ୍ତି। କିନ୍ତୁ ରାଜ୍ୟସରକାର ଜମି ଯୋଗାଇବାରେ ବିଳମ୍ବ କରୁଥିବାରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁ ନାହିଁ। ସେହିପରି ଖୋର୍ଦ୍ଦା- ବଲାଙ୍ଗିର ରେଲ ଲାଇନ ମାତ୍ର ୮୦ କିମି ହୋଇପାରିଛି। ବାକି ୨୦୯ କିମି ଜମି ଅଧିଗ୍ରହଣରେ ରାଜ୍ୟସରକାର ବିଳମ୍ବ କରୁଥିବାରୁ କାମ ଅଟକି ରହିଛି। ଅନୁଗୁଳ- ସୁକିନ୍ଦା ରେଳ ଲାଇନ, ତାଳଚେର-ଟିଟିଲାଗଡା ପାଇଁ ନୂଆ ରେଳ ଲାଇନ ପାଇଁ ରାଜ୍ୟସରକାର ଜମି ଯୋଗାଉନାହାଁନ୍ତି। ପୂର୍ବରୁ ବାକିଥିବା ଅନ୍ୟ କିଛି ରେଳ ଲାଇନ ବି ରାଜ୍ୟସରକାରଙ୍କ ଅପରାଗତା ଯୋଗୁଁ ଅଟକି ରହିଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।

ଡିଏମଏଫ ମାଧ୍ୟମରେ ୧୪ ପ୍ରତିଶତରୁ ୨୦ ପ୍ରତିଶତ ଅର୍ଥ ବୃଦ୍ଧି କରି କୋଇଲା ଉତ୍ପାଦନ କରୁଥିବା ଜିଲ୍ଲାକୁ ଅର୍ଥ ମିଳୁଛି। କଂଗ୍ରେସ ସରକାର ସମୟରେ ଗତ ୫ ବର୍ଷରେ ୬୦, ୬୫୦ କୋଟି ରୟାଲିଟି ମିଳିଥିଲା। କିନ୍ତୁ ୨୦୧୪-୧୯ରେ ଓଡିଶା ସରକାରଙ୍କୁ ୧୩, ୫୭୭ କୋଟି ଟଙ୍କା ରୟାଲିଟି ମିଳିଛି। ଏହି ଅର୍ଥକୁ ନବୀନ ସରକାର ଠିକ ଢଙ୍ଗରେ ବ୍ୟବହାର କରିନଥିବାରୁ ରାଜ୍ୟରେ ବିକାଶ ହୋଇପାରିନାହିଁ। ବିଜେପି ସରକାର ଆସିଲେ ରାଜ୍ୟରେ ବିକାଶ ହୋଇପାରିବ। ମୋଦି ସରକାରଙ୍କ ନେତୃତ୍ୱରେ ୨୦୨୨ ସୁଦ୍ଧା ସମସ୍ତ ଘର ପକ୍କା କରିବା, କୃଷକଙ୍କ ରୋଜଗାରକୁ ଦୁଇଗୁଣା କରିବା, ଶୀତଳ ଭଣ୍ଡାର କରିବା, ସୌଭାଗ୍ୟ ଯୋଜନା ମାଧ୍ୟମରେ ଘରେ ଘରେ ବିଦ୍ୟୁତ ପହଂଚାଇବା ଆଦି ବିକାଶମୂଳକ କାର୍ଯ୍ୟ କରାଯିବ।

ଏଥିସହ କଟକ ସଂସଦ ପ୍ରାର୍ଥ ପ୍ରକାଶ ମିଶ୍ର ଏବଂ ଆଠଗଡ ବିଜେପି ପ୍ରାର୍ଥୀ ବଜେନ୍ଦ୍ର ରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.