Home ଜିଲ୍ଲା ପରିକ୍ରମା ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

4

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ କଲେଜ ରୁ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ତନ୍ମଧ୍ୟରୁ ୫ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ଯୁବ ସାଂସଦ ପ୍ରତିଯୋଗିତା ନିମନ୍ତେ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ ଏବଂ ଡକ୍ଟର ସୁଦର୍ଶନ ଦାସ ସଂଯୋଜନା କରିଥିଲେ। ବିଚାରକ ମଣ୍ଡଳୀରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ, ଗିରିଶ ଚନ୍ଦ୍ର ପ୍ରଧାନ, ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ, ଡକ୍ଟର ଅସୀମା ତ୍ରିପାଠୀ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ, ଦିପ୍ତିମୟ ଦାସ୍‌, ଏବଂ ଜାତୀୟ ସେବା ଯୋଜନା ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, କମଳାକାନ୍ତ ଓଝା, ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ ଇଞ୍ଜିନିୟର ଅଭୟ ସୂତାର ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମଟି ମେରା ଭାରତ କେନ୍ଦ୍ର , ଭଦ୍ରକ ସରକାରଙ୍କର କ୍ରୀଡା ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.