Home ଜିଲ୍ଲା ପରିକ୍ରମା ବିକଶିତ ଗ୍ରାମ୍ୟସମାଜ ରାଷ୍ଟ୍ର ଉନ୍ନତିର ପଦଧ୍ୱନି, ତ୍ୟାଗଭୂମି ମହୋତ୍ସବର ପଂଚମ ସନ୍ଧ୍ୟା

ବିକଶିତ ଗ୍ରାମ୍ୟସମାଜ ରାଷ୍ଟ୍ର ଉନ୍ନତିର ପଦଧ୍ୱନି, ତ୍ୟାଗଭୂମି ମହୋତ୍ସବର ପଂଚମ ସନ୍ଧ୍ୟା

13

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମ ହେଉଛି ଜୀବନର ମୂଳ ଆଧାର। ଗାଁର ଯୁବଶକ୍ତି, ନାରୀଶକ୍ତି, ପ୍ରଯୁକ୍ତି କାରିଗରି ଓ ସ୍ୱଚ୍ଛଶାସନ ସମ୍ମିଶ୍ରଣରେ ଆତ୍ମନିର୍ଭର ଭାରତ ଗଠନର ସ୍ୱପ୍ନ ସାକାର ହେବ ଓ ବିକଶିତ ରାଷ୍ଟ୍ର ଉନ୍ନତି ସମ୍ଭବ ହେବ ବୋଲି ଶୁକ୍ରବାର ‘ତ୍ୟାଗଭୂମି ମହୋତ୍ସବ’ର ପଂଚମ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଶିଷ୍ଟ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀଙ୍କ ପୌରୋହିତ୍ୟରେ “ଗ୍ରାମ୍ୟସମାଜ ଓ ପରିବର୍ତନର ପଦଧ୍ୱନି” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ ଯୋଗଦେଇ କହିଲେ- ଆଧୁନିକତା ପରିପ୍ରେକ୍ଷୀରେ ଯେଉଁସବୁ ପରିବର୍ତନ ଗ୍ରାମ୍ୟ ଜୀବନରେ ଅଗ୍ରଗତି ଆଣୁଛି, ସେପରି ଅନେକ ଅନ୍ତଃରାୟ ମଧ୍ୟ ସୃଷ୍ଟିକରୁଛି। ପାରମ୍ପରିକ ସମ୍ମିଳନୀ, ଲୋକଜ୍ଞାନ, ପାରିବାରିକ ସଂହତି ଆଜି ଧୀରେଧୀରେ ହ୍ରାସ ପାଉଛି। ଗାଁ ମଣିଷ ଆଜି ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛି ସତ, ମାନବୀୟ ଶୃଙ୍ଖଳା ଓ ସମ୍ବନ୍ଧଠାରୁ ଦୂରେଇ ଯାଉଛି। ଜୀବନର ଗତି ବଢ଼ୁଛି, କିନ୍ତୁ ମନରେ ଯୁକ୍ତିବାଦୀ ଭାବନା ଆମ ସାଂସ୍କୃତିକ ଚେତନାକୁ ଭାଙ୍ଗି ପକାଉଛି। ତେଣୁ ମୂଲ୍ୟବୋଧ ରକ୍ଷା ପାଇଁ ସଂଯମୀ, ସମତା ଓ ନୈତିକତା ଜରୁରି। ମୁଖ୍ୟବକ୍ତା ଭାବେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ପରିବର୍ତନ ସଂସ୍କାରର ପଦଧ୍ୱନି। ଆଜିର ନୂତନ ଜ୍ଞାନର ଆଲୋକ ଓ ସମୃଦ୍ଧ ଯୋଗାଯୋଗ ଗ୍ରାମ୍ୟଜୀବନକୁ ଉତ୍କର୍ଷ ପଥରେ ଅଗ୍ରସର କରାଇବା କଥା। ଗ୍ରାମ ସଶକ୍ତ ହେଲେ ପରିବର୍ତନ ସଫଳ ହୁଅନ୍ତା ଓ ବିକଶିତ ରାଷ୍ଟ୍ର ପରିକଳ୍ପନା ସାକାର ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଓ ବକ୍ତା ଭାବେ ସମାଜସେବୀ ଡା. ପ୍ରଦୀପ କୁମାର ନାୟକ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ବିଷୟଭିତିକ ଭିତିକ ସ୍ୱ-ଚିନ୍ତନ ବାଢ଼ିଥିଲେ। ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ କରିଥିବା ବେଳେ ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ପ୍ରତିଭା ଡ. କେଶବଚନ୍ଦ୍ର ଜେନା, ଗୌରାଙ୍ଗ ବାରିକ, ବାଦଲ୍ ସିକଦାର, ରଣଜିତ ମହାପାତ୍ର, ମୁକ୍ତିକାନ୍ତ ପାଲ ପ୍ରମୁଖଙ୍କୁ ତ୍ୟାଗଭୂମି ତରଫରୁ ଆଜିର ମଂଚରେ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ରୁଦ୍ରମାଧବ ଓ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ସଦସ୍ୟ ଚଇତାଳି ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଚାନ୍ଦବାଲି ମୀରାମ୍ବିତା ଫାଇନ ଆର୍ଟସ୍ ଓ ମ୍ୟୁଜିକ୍ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ସଂଗଠନ ସମ୍ପାଦକ ସୁଧାକର ରାଉତ, ସଦସ୍ୟ ଅଶୋକ ଦ୍ୱିବେଦୀ, ଇଂ. ଅଖିଳ କୁମାର ପାଢ଼ୀ, ଇଂ. ଆମ୍ବିକା ବଲ୍ଲଭ ସ୍ୱାଇଁ, ବରିଷ୍ଠ ନାଗରିକ ମଂଚ ସଭାପତି ଲଲାଟେନ୍ଦୁ ମହାନ୍ତି, ବସୁମିତ୍ରା ସାହୁ, ଡ. ରାଧାରାଣୀ ମହାପାତ୍ର, ଅଧିବକ୍ତା ଅରୁଣ ଚାନ୍ଦ, ପବନ ଶର୍ମା, ମୋହରିର ସଙ୍ଘ ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ରାମଚନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ବାରିକ୍‌, ବାବୁଲାଲ୍ ଦାସ, ଗୌରାଙ୍ଗ ବାରିକ, ଶାନ୍ତନୁ ନାୟକ, ବିଚିତ୍ରାନନ୍ଦ ମହାନ୍ତି, ଚର୍ଚ୍ଚିକା ମହାପାତ୍ର, ପଦ୍ମନ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.