Home ଜିଲ୍ଲା ପରିକ୍ରମା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

9

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ବିକଶିତ ଗାଁ, ବିକଶିତ ଓଡ଼ିଶା ସରକାରୀ କାର୍ଯ୍ୟକ୍ରମରେ ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ନିର୍ବାଚିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଏକତ୍ରିତ ହୋଇ ଏକ ଦାବିପତ୍ର ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ପ୍ରଦାନ କରିଛନ୍ତି । ଏମାନଙ୍କ ଅଭିଯୋଗ ହେଲା, ଗତ ବୁଧବାର ରାଜ୍ୟ ସରକାରଙ୍କ ତରଫରୁ ବିକଶିତ ଗାଁ, ବିକଶିତ ଓଡ଼ିଶା ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ବାଚିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ଅପରପକ୍ଷରେ ଏହି କାର୍ଯ୍ୟକ୍ରମ ମଂଚରେ କେତେକ ବେସରକାରୀ ଲୋକଙ୍କୁ ଅତିଥି ଚେୟାରରେ ବସିଥିବାର ଦେଖିବାକୁ ମିଳିଥିଲା । ଏମାନେ କେହି ସରକାରୀ କର୍ମଚାରୀ ନୁହଁନ୍ତି କି ନିର୍ବାଚିତ ଜନପ୍ରତିନିଧି ନୁହଁନ୍ତି । ବ୍ଲକ ପ୍ରଶାସନ ଏହି ବେସରକାରୀ ବ୍ୟକ୍ତିଙ୍କୁ କେଉଁ ପରିପ୍ରେକ୍ଷୀରେ ମଂଚ ଉପରେ ବସାଇଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । ତେଣୁ ଐସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଂଚାୟତ ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳକେଶରୀ ମହାନ୍ତି, ସରପଂଚ-ଅମୂଲ୍ୟ ନାୟକ, ବିଶ୍ୱନାଥ ସାହୁ, ରେଣୁବାଳା ରାଉତ, ସୁଜାତା ସାହୁ, ମଧୁସ୍ମିତା ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ, ସତ୍ୟବ୍ରତ ପାଲ, ସମିତିସଭ୍ୟା-ରୀତାରାଣୀ ସାମଲ, ବୈଜୟନ୍ତ ମୁଣ୍ଡା, ଶୁଭଲକ୍ଷ୍ମୀ ପାଣିଗ୍ରାହୀ, କମଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.