Home ଜିଲ୍ଲା ପରିକ୍ରମା ବିଏମ୍‌ଏସ୍‌ର ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବିଏମ୍‌ଏସ୍‌ର ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

7

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତୀୟ ମଜଦୁର ସଂଘ ବି.ଏମ୍‌.ଏସ୍‌.ର ଭଦ୍ରକ ଜିଲ୍ଲା ସମ୍ମିଳନୀ ଓ ଜିଲ୍ଳା କର୍ମକର୍ତ୍ତା ଚୟନ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ବିଏମ୍‌ଏସ୍‌ର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ ସଭାପତିତ୍ୱ କରିଥିଲେ। ପ୍ରଥମେ ସଂଘ ବନ୍ଦନା ଗାନ କରାଯିବା ସହ ସଂଘର ପ୍ରତିଷ୍ଠାତା ଦତ୍ତପନ୍ତ ଥେଙ୍ଗ୍‌ଡି ଓ ଭାରତମାତାଙ୍କ ପ୍ରତିଚ୍ଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସଭାପତି ପୃଥ୍ୱୀରାଜ ପଣ୍ଡା, ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର, ରାଜ୍ୟ ସରକାରୀ କର୍ମଚାରୀ ସଂଘର ଉପସଭାପତି ବିଜୟ ମିଶ୍ର, ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ, ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଜୟନ୍ତୀ ଜେନା ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଅଣ ସଂଗଠିତ ସଂଘକୁ ସଂଗଠିତ କରିବା, ସଂଘର ସଦସ୍ୟମାନଙ୍କୁ ସକ୍ରିୟ କରିବା, ବିଏମଏ୍ ଦ୍ୱାରା ଅନୁବନ୍ଧିତ ଅନ୍ୟାନ୍ୟ ସମସ୍ତ ସଂଗଠନ ଗୁଡ଼ିକୁ ନେଇ ସଂଘର ଶକ୍ତି ବୃଦ୍ଧି କରିବା ଦିଗରେ ସମସ୍ତ କର୍ମକର୍ତ୍ତା ତତ୍ପର ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ମନୋଜ ବସନ୍ତରାୟ, କାର୍ଯ୍ୟକାରୀ ସଭାପତି ଜାନକୀ ଦାସ, ଉପସଭାପତି ଅମୂଲ୍ୟ କୁମାର ଭୋଇ, ମନୋଜ କୁମାର ଲେଙ୍କା, ସମ୍ପାଦକ ପରେଶ ନାଥ ନାଥ ଧଳ, ସହସମ୍ପାଦକ ବସନ୍ତ ରାଉତ, ଜ୍ୟୋତି ପ୍ରକାଶ ଦାସ, କୋଷାଧ୍ୟକ୍ଷ ପ୍ରକାଶ କୁମାର ପାତ୍ର, ଉପଦେଷ୍ଟା ଭାବେ ବିଜୟ କୁମାର ମିଶ୍ର, ମୁକ୍ତିକାନ୍ତ ସାହୁ, କାର୍ଯ୍ୟକାରିଣୀ ସଭ୍ୟ ଭାବେ ତାପସ କୁମାର ଘଡେଇ, କମଳାକାନ୍ତ ସାହୁ, ରବି ନାରାୟଣ ଦେଓ, ଅନ୍ନପୂର୍ଣ୍ଣା ବିଶ୍ୱାଳ, ଅଭିଷେକ ଜେନା, ବାଇଧର ଶତପଥୀ, ସୀମାଦ୍ରି ମଲ୍ଳିକ, ନାରାୟଣ ପାଣିଗ୍ରାହୀ, ବଳରାମ ନାୟକ, ପ୍ରଫୁଲ୍ଲ ସେଠୀ, ଲକ୍ଷ୍ମୀପ୍ରିୟା ରାଉତ, ଚନ୍ଦ୍ରମଣି ବାରିକଙ୍କୁ ଚୟନ କରାଯାଇଥିଲା। ଏହି ନୂତନ କର୍ମକର୍ତ୍ତାଙ୍କ ଏକ ତାଲିକା ଜିଲ୍ଳା ପ୍ରଶାସନକୁ ଅବଗତ କରାଇବାକୁ ଜିଲ୍ଲା ସଭାପତିଙ୍କୁ ପରାମର୍ଶ ଦିଆ ଯାଇଥିଲା। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରୀନା ସାହୁ, ଅନିତା ସେନାପତି, ମମତା ସାହୁ, ଧାମରା ବନ୍ଦର କର୍ମଚାରୀ ସଂଘର ଚନ୍ଦ୍ରଶେଖର ଜେନା, ଶୁଭେନ୍ଦୁ ନାୟକ, ବିଶ୍ୱକର୍ମା ମଜଦୁର ସଂଘର ହକେୃଷ୍ଣ ପାଣି, ଲକ୍ଷ୍ମଣ ଜେନା, ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ମିଳନୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.