Home ଓଡ଼ିଶା ବାୟୁସେନାର ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଅଭିନନ୍ଦନ

ବାୟୁସେନାର ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଅଭିନନ୍ଦନ

644

ନୂଆଦିଲ୍ଲୀ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ସମ୍ମାନିତ ହେଲେ ଅଭିନନ୍ଦନ ବର୍ତ୍ତମାନ । ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନିତ କରାଯାଇଛି । ତେବେ ଏହି ସମ୍ମାନ ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପକ୍ଷରୁ ହେଉଥିବା ଆକ୍ରମଣକୁ ପଣ୍ଡ କରିଥିବା ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏୟାର୍‌ ଚିଫ୍‌ ମାର୍ସଲ ଆର୍‌କେଏସ୍‌ ଭଦୌରିଆ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଅନ୍ୟପଟେ ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.