Home ଜିଲ୍ଲା ପରିକ୍ରମା ବାହୁଡ଼ା ଯାତ୍ରାରେ ଗୋପବନ୍ଧୁ ସେବକ ସେନା ପକ୍ଷରୁ ସର୍ବତ ବଂଟନ

ବାହୁଡ଼ା ଯାତ୍ରାରେ ଗୋପବନ୍ଧୁ ସେବକ ସେନା ପକ୍ଷରୁ ସର୍ବତ ବଂଟନ

12

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ିି ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ଗୁଆମାଳ ପଂଚାୟତ ଅଧୀନ ମୋଡ଼ସାହି ବାହୁଡ଼ା ଯାତ୍ରାରେ ଦହି ସର୍ବତ ବଂଟନ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ସେନାର କର୍ମକର୍ତାମାନେ ସର୍ବତ ବିତରଣ କରିଥିଲେ। ଗୋପବନ୍ଧୁ ସେବକ ସେନା ଦୀର୍ଘ ୧୨ବର୍ଷ ଧରି ବିଭିନ୍ନ ସେବା କାର୍ଯ୍ୟ କରି ଆସୁଥିବା ବେଳେ ପୁରୀ ରଥଯାତ୍ରାରେ ମଧ୍ୟ ଭକ୍ତମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି। ଚଳିତ ବର୍ଷ ପୁରୀ ବଳଗଣ୍ଡି ଛକ ସ୍ଥିତ ଛତା ମଠ ଠାରେ ଶୁଖିଲା ଖାଦ୍ୟ ବଂଟନ ସହିତ ବିଂଚଣା ଓ ପାଣି ସିଂଚନ ସେବା କରିଥିଲେ। ଶନିବାର ବାହୁଡ଼ା ଯାତ୍ରା ଉପଲକ୍ଷେ ମୋଡ଼ସାହିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଜଳଦାନ ସେବା ଯୋଗାଇ ଦେଇଥିଲେ। ସେନାର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ଅଭିରାମ ଦାସ, ସମ୍ପାଦକ ଅଶୋକ କୁମାର ନାୟକ, ସହସମ୍ପାଦକ ବୀରେନ ସେନାପତି, ଶ୍ରଦ୍ଧାଞ୍ଜଳି ମିଶ୍ର, ସୀମାରାଣୀ ପ୍ରଧାନ, ସେକ୍ ଲିଆକତ, ସଦସ୍ୟ ସତ୍ୟରଂଜନ ନାୟକ, ବାବୁରାମ ଗାରିଡ଼ି, ଧନେଶ୍ୱର ପଣ୍ଡା, ହରିହର ମଲିକ, ତ୍ରିଲୋଚନ ସାହୁ, କାହ୍ନ ଚରଣ ନାୟକ, କପିଳ ମଲ୍ଲିକ, ଉପଦେଷଷ୍ଟା ରାମଚନ୍ଦ୍ର ନାୟକ, ବସନ୍ତ ଦାସ, କ୍ଷୀରୋଦ ଦାସ, ଅଭୟ ନାୟକ, ମଧୁସୂଦନ ପାଢ଼ୀ ପ୍ରମୁଖ ଏହି ସବା କାର୍ଯ୍ୟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.