Home କୋରାପୁଟ ବାହାର ଜିଲ୍ଲା ଏବଂ ଅର୍ଥ ଅଭାବରୁ ଶିଶୁକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାରେ ପରିବାର ଅସମର୍ଥ

ବାହାର ଜିଲ୍ଲା ଏବଂ ଅର୍ଥ ଅଭାବରୁ ଶିଶୁକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାରେ ପରିବାର ଅସମର୍ଥ

608

କୋରାପୁଟ ; ତା୩୧-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଜଣେ ବ୍ୟକ୍ତି ବାହାର ଜିଲ୍ଲାର ହୋଇଥିବାରୁ ଏବଂ ଅର୍ଥ ଅଭାବରୁ ନିଜ ଶିଶୁପୁତ୍ରକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି।କାଶିପୁର ôଥାନା ଅନ୍ତର୍ଗତ କୋଶନାଦୋନୁ ଗ୍ରାମର ଭାସ୍କର ନାୟକଙ୍କ ୮ ମାସର ଶିଶୁପୁତ୍ର ପ୍ରଦ୍ୟୁମ୍ନ ନାୟକ ଜଳଶୀର୍ଷ ତଥା ମସ୍ତିଷ୍କ ଶୋଥ ରୋଗରେ ଆକ୍ରାନ୍ତ ହୋଇଥିଲା।ମସ୍ତିଷ୍କରେ ଜଳ ବୃଦ୍ଧି ପାଉଥିବାରୁ ଗୁରୁତର ଅବସ୍ଥାରେ ତାକୁ ପରିବାର ଲୋକେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃଓାର୍ଡର୪୦ ନମ୍ବର ବେଡରେ ଗତ ୨୫ ତାରିଖରେ ଭର୍ତି କରାଯାଇଥିଲା। ଉତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ସ୍ଥାନାନ୍ତର କରିବାକୁ ଆଜି ପୂର୍ବାହ୍ନରେ ଡାକ୍ତର ପରାମର୍ଶ ଦେଇଥିଲେ।କିନ୍ତୁ ଅର୍ଥ ଅଭାବ ଥିବାରୁ ବ୍ରହ୍ନପୁର କିପରି ନେବ ବୋଲି ଭାସ୍କର ଚିନ୍ତାରେ ଥିଲା ଏହି ସମୟରେ ସହରର କିଛି ସମାଜସେବୀ ପହଂଚିଥିଲେ ଓ ଭାସ୍କରଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇଥିଲେ। କୋରାପୁଟ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ବିଭୁ ରଂଜନ ମୁଣ୍ଡଙ୍କୁ ସାହାଯ୍ୟ କରିବାକୁ ଫୋନ ଯୋଗେ ସମାଜସେବୀ ନିବେଦନ କରିଥିଲେ।ଏହାପରେ କିଛି ଅଧିକାରୀ ଆସି ଭାସ୍କର ସହ କଥାବାର୍ତ୍ତା ହେବା ପରେ ନଥିପତ୍ର ଦେଖିବା ପରେ ରାୟଗଡା ଜିଲ୍ଲାର ହୋଇଥିବାରୁ ଆମ୍ଭେ କିଛି କରି ପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ।ରାୟଗଡାର ହେଲେ କଣ ହେଲା ସେ କିପରି ବ୍ରହ୍ମପୁର ଯିବେ ସେଥିପ୍ରତି ଆପଣମାନେ ଚେଷ୍ଟା କରନ୍ତୁ ବୋଲି ସମାଜସେବୀମାନେ ନିବେଦନ କରିଥିଲେ।ଭାସ୍କର ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାପରେ ଆଜି ଅପାରହ୍ନରେ ୧୦୮ ଆମ୍ବୁଲାନ୍ସରେ ଶିଶୁପୁତ୍ରକୁ ବ୍ରହ୍ମପୁର ନେଇଥିବା ଜଣାପଡିଛି।ଆମ୍ଭେ ପାଖରେ ଅର୍ଥ ନାହିଁ ଉପାସ ରହିବୁ ପଛେ ପୁତ୍ରର ରୋଗ କିପରି ଭଲ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ବ୍ରହ୍ମପୁର ଯାଉଛୁ ବୋଲି ଭାସ୍କର ଆମ୍ଭ ପ୍ରତିନିଧିଙ୍କୁ ମୋବାଇଲ ଫୋନ ଯୋଗେ ପ୍ରତିକ୍ରୀୟା ଦେଇଥିଲେ।ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ରହିଥିବା ନିୟମକୁ କୋହଳ କରିବାକୁ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।କାରଣ ଜଣେ ଶିଶୁ ରୋଗୀ ରାୟଗଡା ଜିଲ୍ଲାର ହେଲେ କଣ ଆରବିଏସକେରେ ସୁବିଧା କୋରାପୁଟରେ ପାଇବ ନାହିଁ ନା ବ୍ରହ୍ମପୁର ବଦଳରେ ତାକୁ ପୁଣି ରାୟଗଡା ଯିବାକୁ ପଡିବ ଏହା କି ପ୍ରକାର ନିୟମ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନିୟମକୁ କୋହଳ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.