Home କେନ୍ଦୁଝର ବାହାରିପୁରରେ ଚାରଣଗୋଷ୍ଠୀ ଶାଖା ଗଠନ

ବାହାରିପୁରରେ ଚାରଣଗୋଷ୍ଠୀ ଶାଖା ଗଠନ

35

ହାଟଡ଼ିହି, ୨୫/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନ୍ତର୍ଜାତିକ ଚାରଣଗୋଷ୍ଠୀ ପୁରୀର ନୀତି ନିୟମକୁ ଆଧାରକରି ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ ଚାରଣଗୋଷ୍ଠୀ ଶାଖା ଗଠନ ହୋଇଛି । ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଚାରଣଗୋଷ୍ଠୀ ପକ୍ଷରୁ ସତସଙ୍ଗ ଅନୁଷ୍ଠିତ ହେବାସହ ସର୍ବପ୍ର୍ରଥମେ ବିଷ୍ଣୁ ସହସ୍ରନାମ, ଗୀତାର ପୁରୁଷୋତ୍ତମ ଯୋଗ, ହନୁମାନ ଚାଳିଶା, ଭାଗବତ ପାରାୟଣ ହୋଇଥିଲା । ଜଗନ୍ନାଥ ଚେତନାର ପ୍ରସାର ଏବଂ ସୁସ୍ଥ ସମାଜ ଗଠନ ଲକ୍ଷରେ ଚାରଣ ଗୋଷ୍ଠୀ ପକ୍ଷରୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର‌୍ୟ୍ୟନ୍ତ କାର‌୍ୟ୍ୟକ୍ରମ ମାନ କରାଯାଉଛି । ଏଥିପାଇଁ ବାହାରିପୁର ଗ୍ରାମରେ ଏକ ଚାରଣ ଗୋଷ୍ଠୀ ଗଠନ କରାଯାଇଥିଲା । ଏଥିରେ ଶାଳଦେଇ ଚାରଣ ଶାଖାର ନବଘନ ରାଉତ, କଦମ୍ବଡିହି ଚାରଣ ଶାଖାର ତପନ କୁମାର ନାୟକ, ରାମଚନ୍ଦ୍ର ନାୟକ, ମଙ୍ଗରାଜପୁର ଚାରଣ ଶାଖାର ବ୍ରଜ ମୋହନ ପରିଡା ପ୍ରମୁଖ ଉପସ୍ଥିତ ହୋଇ ଏହି ଶାଖା ଗଠନ କରିଥିଲେ । ଏଥିରେ ନାରାୟଣ ଚନ୍ଦ୍ର ସ୍ୱାଇଁ, ମଦନ ବୋହନ ବିଶ୍ୱାଳ, ବାଇଧର ସ୍ୱାଇଁ, ଗୋଲାପ ସାହୁ, ଶ୍ୟାମ ସୁନ୍ଦର ସାହୁ, ଦାମୋଦର ସାହୁ, ମଣି ସାହୁ, ଦିନବନ୍ଧୁ ସାହାଙ୍କ ସମେତ ଅନେକ ଗ୍ରାମବାସୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.