Home ଜିଲ୍ଲା ପରିକ୍ରମା ବାହାନଗା ବ୍ଲକ ତହସିଲ ଅଧିନରେ ଦୁଇଟି ନୂଆ ଆର୍ ଆଇ ସର୍କଲ ଅନୁମୋଦିତ

ବାହାନଗା ବ୍ଲକ ତହସିଲ ଅଧିନରେ ଦୁଇଟି ନୂଆ ଆର୍ ଆଇ ସର୍କଲ ଅନୁମୋଦିତ

146
??

ବାହାନଗା ,୨୬ା୬(ଭାରତୀ ଦାସ/ଓଡ଼ିଆ ପୁଅ) ସରକାରଙ୍କର ନୂଆ ଆର୍‌ଆଇ ସରକଲ ଗଠନ ଅନୁମୋଦିତ ଅନୁସାରେ ବାଲେଶ୍ୱର ଜିଲ୍ଲାକୁ ୪୫ଟି ନୂଆ ଆରଆଇ ସର୍କଲ ଦିଆ ଯାଇଥିବା ବେଳେ ବାହାନଗ।। ବ୍ଲକର ବାହାନଗା ତହସିଲକୁ ଦୁଇଟି ନୂଆ ଆରଆଇ ସର୍କଲ ଗଠନ ପାଇଁ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ବିଦ୍ଧବଦ୍ଧ ପ୍ରକାଶ ପାଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ୮୫ଟି ସର୍କଲ ଥିବା ବେଳେ ଲୋକେ ବହୁ ଦୂର ଦୂରାନ୍ତରୁ ସର୍କଲ ମାନଙ୍କୁ ବହୁ କଷ୍ଟରେ ଯାଇଥିଲେ । ତାହାକୁ ସରଳୀ କରଣ କରିବା ଉଦ୍ଦେଶ୍ୟରେ ସରକାର ଏହାକୁ ପୂନଗଠନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । ସେହି କ୍ରମରେ ତାହା ନୂଆ ସର୍କଲ ଗଠନ ଆଧାରରେ ବାହାନଗା ବ୍ଲକରେ କଲ୍ୟାଣୀ, ଓ କୁରୁଡ଼ାରେ ସର୍କଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାର ଜଣାପଡ଼ିଛି । ତେବେ କଲ୍ୟାଣୀ ସର୍କଲ ପାଇଁ କଲ୍ୟାଣୀ, ଅରଳା, ଦ୍ୱାରିକା, ଜହ୍ନିପୁର, ଭିଲ୍ଲା, ବଗଲପୁର, ବାଲିହରିଚନ୍ଦନପୁର,ଗିଲିଦା, ନୂଆପୁର, ଓଡ଼ଶାଳ,ଶାଳଗାଁ, କୂଆପଦା,ଝଳଝଳିଆ ପ୍ରମୁଖ ରାଜସ୍ୱ ଗ୍ରାମକୁ ସାମିଲ କରିଥ୍‌ôବାର ଜଣାପଡ଼ିଛିା ତେବେ କୁରୁଡ଼ା ପାଇଁ ବାଲିକତିରଣ, ବାଙ୍କେଶ୍ୱରପୁର, ଛତୁବାଟୀ, ଚିତ୍ତଳ, ପାଟିମୁଣ୍ଡା, ଡିଆଁପାହୀ, ଫତେପୁର ସାମିଲ ଅନନ୍ତପୁର,ପାଳସାହୀ, ପୋଡ଼ାଡିହା,କୁରୁଡ଼ା, ବେଦମୁଡ଼, କାନ୍ଥିଗଡ଼ିଆ, କୋଚିଆକେଇଲି ପ୍ରମୁଖ ରାଜସ୍ୱ ଗ୍ରାମକୁ ନେଇ ଗଠିତ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାର ଜଣାପଡ଼ିଛି । ଏହି ବିଜ୍ଞପ୍ତି ଆରଡିଏମ- ଡିଆରସି-ଏଡିଏମଏନ-୦୦୩୮-୨୦୨୦-୧୮୨୮୨/ ଆରଏଣ୍ଡ ଡିଏମ ୨୫/୦୬/୨୧ ଚିଠି ଅନୁସାରେ ପ୍ରକାଶ ପାଇଛି । ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ନାରାୟଣ କରଙ୍କୁ ପଚାରିବାରୁ ଏହା ପ୍ରକାଶ ପାଇଥିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.