Home ଜିଲ୍ଲା ପରିକ୍ରମା ବାହାନଗା ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ

ବାହାନଗା ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ

51

ବାହାନଗା ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ
ବାହାନଗା, ୫ା୩(ଭାରତୀ ଦ।।ସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଭା ଗୃହରେ ଚେୟାରମ୍ୟାନ ସରସ୍ୱତୀ ମହାଳିକଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତି ରାଜ ଦିବସ ପାଳିତ ହୋଇ ଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବେ ବାହାନଗା ଭାରାପ୍ରାପ୍ତ ବିଡ଼ିଓ ତଥା ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ପଞ୍ଚାୟତି ରାଜର ପରିକଳ୍ପନା ଗାନ୍ଧୀଜୀଙ୍କର ସ୍ୱପ୍ନ ଥିଲା ବୋଲି କହିଥିଲେ । ଜିଲ୍ଲାପରିସଦ ସଭ୍ୟ ଶରତ ରାଜ ପଞ୍ଚାୟତି ରାଜ ଦିବସ ରାଜୀବ ଗାନ୍ଧୀ ଥାର୍ଡ଼ ଏମେଣ୍ଡମେଣ୍ଟରେ ଆଣି ଥିବାର ପ୍ରକାଶ କରିଥିଲେ , ଆଷ୍ଟାଣ୍ଡ ଇଞ୍ଜିନିୟର ଗୋପାଳଚନ୍ଦ୍ର ଜେନା , ଡବ୍ଲୁଇ ଓ ମଧୂଛନ୍ଦା ଗିରି, କଲ୍ୟାଣୀ ସରପଞ୍ଚ ମମତା ଦାଶ, ନୂଆପୁର ସରପଞ୍ଚ ମନୋରମା ମଲ୍ଲିକ ପ୍ରମୁଖ ଯୋଗ ଦେଇ ପଞ୍ଚାୟତି ରାଜ ଦିବସ ଓ ବିଜୁ ପଟ୍ଟନାୟକ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ ସରରପଞ୍ଚ , ସମିତି ସଭ୍ୟ , ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଜିପିଓ ଡ. ଜିତେନ୍ଦ୍ର କୁମାର ସାମଲ ଧନ୍ୟବାଦ ଦେଇଥିଲେ । ଆଜି ଛୁଟି ଥିବାରୁ କମ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିବାର ପରି ଲକ୍ଷିତ ହୋଇ ଥିଲ।।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.