Home ଜିଲ୍ଲା ପରିକ୍ରମା ବାସୁଦେବ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାସୁଦେବ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

43

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ମୁଗ୍ରେଶ୍ୱର ମନ୍ଦିର ଖେଳପଡିଆରେ ଅନୁଷ୍ଠିତ ଆଦର୍ଶ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ସ୍ମୃତିରେ ଅନୁଷ୍ଠିତ ବାସୁଦେବ ଦାସ ମେମୋରିଆଲ ୩ୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଷୋଳମପୁର ଶିଶୁମନ୍ଦିର ସମ୍ପାଦକ ବିଶ୍ୱମ୍ଭର ରାଉତଙ୍କ ସଭାପତିତ୍ୱରେ ଗତ ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ଥାନାଧିକାରୀ ଅମିତାଭ ଦାସ ଉଦଘାଟନ କରିଥିଲେ। ଏଥିରେ ସମିତି ସଭ୍ୟା ମାମିଲତା ଜେନା, ହାବିଲଦାର ବିଶ୍ୱରଞ୍ଜନ ପରିଡା, ଯୁବନେତା ସୁରଥ ଦାସ, ସମାଜସେବୀ ନରେନ୍ଦ୍ର ବେଉରିଆ, ଅଜୟ ମହାଳିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ କ୍ରିକେଟର ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ୫ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଏମ.ସି.ସି. ମଣିନାଥପୁର ଦଳ ଓ ବି.ସି.ସି ରାମବାଗ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବି.ସି.ସି ରାମବାଗ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଏହି ଦଳ ନିର୍ଦ୍ଧାରିତ ୪ ଓଭରରେ ୪ ଉଇକେଟ ହରାଇ ୨୧ ରନ ସଂଗ୍ରହ କରିଥିଲା। ଜବାବରେ ଏମ.ସି.ସି. ମଣିନାଥପୁର ଦଳ ନିର୍ଦ୍ଧାରିତ ୪ ଓଭରରେ ୩ ଉଇକେଟ ହରାଇ ୨୦ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ଲିକନ ଦାସ ମ୍ୟାନ ଅଫ ଦି ମ୍ୟାଚ ଓ ଓମ ପ୍ରସାଦ ବାରିକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ବିକ୍ରମ ଦାସ, ସାଗତ ସାମଲ, ଶ୍ରୀକାନ୍ତ ଦାସ ଓ ସଂଗ୍ରାମ ପରିଡା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ଶିବଶକ୍ତି ପରିଡା ଭାଷ୍ୟକାର ଓ ଚିନ୍ମୟ ଦାସ, ପାରେଶ୍ୱର ନାଥ ଓ ଜ୍ୟୋତି ସେଠୀ ସ୍କୋରର ଦାଇତ୍ୱ ତୁଲାଇଥିଲେ। ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଯଦୁମଣି ସାମଲ ଓ ଶିକ୍ଷକ ଶରତ ଥାଟୋଇ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ଟ୍ରଫି ଓ ନଗଦ ଅର୍ଥ ପୁରସ୍କୃତ କରିଥିଲେ। ଦୀପକ ଦାସ, ସୁଧାଂଶୁ ବେଉରିଆ, ବିବେକାନନ୍ଦ ମଲ୍ଲିକ, ସତ୍ୟଜିତ ବେଉରିଆ, ବିନୋଦ ବେଉରିଆ, ନାରାୟଣ ସେଠୀ, ଦେବାଶିଷ ବରାଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.