Home ଜିଲ୍ଲା ପରିକ୍ରମା ବାସୁଦେବପୁର ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର, ଅଭିଯୋଗ ସଂଖ୍ୟା ୧୧୬, ୧୦ ଜଣ ଦିବ୍ୟାଙ୍ଗକୁ...

ବାସୁଦେବପୁର ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର, ଅଭିଯୋଗ ସଂଖ୍ୟା ୧୧୬, ୧୦ ଜଣ ଦିବ୍ୟାଙ୍ଗକୁ ଉପକରଣ ପ୍ରଦାନ

40

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ.ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଆୟୋଜନ ନେଇ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ଶିବିର ଆୟୋଜିତ ହୋଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୧୬ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୦୪ଟି ବ୍ୟକ୍ତିଗତ ସମ୍ୟା ମୂଳକ ଅଭିଯୋଗ ଥିଲାବେଳେ ୧୨ଟି ଅଭିଯୋଗ ସାମୂହିକ ସମସ୍ୟା ଭିତ୍ତିକ ଥିଲା । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସ।।ଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବାସୁଦେବପୁର ବି.ଡ଼ି.ଓ. ସତ୍ୟଜିତ୍ ରାଉତ, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ୧୦ ଜଣ ଦିବ୍ୟାଙ୍ଗ ଙ୍କୁ ଉପକରଣ ବଣ୍ଟନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ତିନିଚକିଆ ସାଇକେଲ ୭ଟି, ହ୍ୱିଲ ଚେୟାର ୨ଟି ଓ ଦୃଷ୍ଟିବାଧିତ ବାଡ଼ି ୧ଟି ବଣ୍ଟନ କରାଯାଇଥିଲା । ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ଗୁଡ଼ିକର ନିୟମ ଅନୁଯାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ଜିଲ୍ଲା ଓ ଉକ୍ତ ବ୍ଲକ୍ ସ୍ତରୀୟ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.