Home କେନ୍ଦ୍ରାପଡ଼ା ବାସନ୍ତୀ ମେକାପଙ୍କ ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମରଣିକା ଉନ୍ମୋଚନ

ବାସନ୍ତୀ ମେକାପଙ୍କ ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମରଣିକା ଉନ୍ମୋଚନ

64

କେନ୍ଦ୍ରାପଡ଼ା ୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାସନ୍ତୀ ଦେବୀ ଥିଲେ ବହୁ ସୁଗୁଣାଯୁକ୍ତା ଜଣେ ଧର୍ମପ୍ରାଣା ମହିଳା। ତାଙ୍କର ପରୋପକାରିତା, ଅତିଥି ପରାୟଣତା, ମିଷ୍ଟ ବ୍ୟବହାର ଏବଂ ଉତ୍ତମ ପାରିବାରିକ ଜୀବନ ପାଇଁ ସେ ବହୁ ବର୍ଷ ପର୍ଯ୍ୟନ୍ତ ଅଞ୍ଚଳ ବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବେ ବୋଲି ସ୍ୱର୍ଗତା ବାସନ୍ତୀ ମେକାପଙ୍କ ପ୍ରଥମ ବାର୍ଷିକ ପୁଣ୍ୟତିଥି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ଶିକ୍ଷକ ନେତା ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ତଥା ନିରଞ୍ଜନ ମେକାପଙ୍କ ସଂଚାଳନାରେ ସ୍ୱର୍ଗତା ମେକାପଙ୍କ ଛଘରିଆ ସ୍ଥିତ ବାସଭବନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ଅଜୟ ସାମଲ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ଆଦିକନ୍ଦ ରାଉଳ, ଦିବାକର ଜେନା, ରବିନ୍ଦ୍ର ପ୍ରସାଦ ଜେନା, ଅବଧୂତ ରାଉତ, ଉମାକାନ୍ତ ନାୟକ, ଶୁଭାଂଶୁ ଦାସ, ଡଃ. ପ୍ରକାଶ ପରିଡା, ଅମୀୟ ନାୟକ ପ୍ରମୁଖ ଯୋଗଦେଇ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିବା ବେଳେ ଜ୍ୟେଷ୍ଠପୁତ୍ର ବିଭୁ ପ୍ରସାଦ ମହାନ୍ତି କୃତଜ୍ଞତା ଅର୍ପଣ କରିଥିଲେ। ଏହି ଅବସରରେ ସ୍ୱର୍ଗତା ମେକାପଙ୍କ ପତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଗ୍ରନ୍ଥାଗାରିକ ତଥା ସାହିତ୍ୟିକ ଦିବାକର ମହାନ୍ତିଙ୍କ ସୈାଜନ୍ୟ ଓ ଶିକ୍ଷକ ରମେଶ ସାହୁଙ୍କ ଦ୍ୱାରା ସଂକଳିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.