Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ରୋକିବା ନିମନ୍ତେ ଟାସ୍କଫୋର୍ସ କର୍ମଶାଳା

ବାଲ୍ୟ ବିବାହ ରୋକିବା ନିମନ୍ତେ ଟାସ୍କଫୋର୍ସ କର୍ମଶାଳା

40

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ ପରିସରରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଗଠିତ ଟାସ୍କଫୋର୍ସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗ ଦେଇ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଟାସ୍କଫୋର୍ସର ଭୂମିକା, କର୍ତ୍ତବ୍ୟ ସହିତ ବ୍ଳକ ଓ ପଞ୍ଚାୟତ ସ୍ତରରେ ଗଠିତ କମିଟିର ସୁପରିଚାଳନା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଶିଶୁ ଅଧିକାର ସମ୍ବନ୍ଧରେ ଆଳୋଚନା କରି ତୃଣମୂଳ ସ୍ତରରୁ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇବା ସମସ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରମୁଖ ଦାୟିତ୍ୱ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ବାଲ୍ୟ ବିବାହ କ୍ଷେତ୍ରରେ ରହିଥିବା ବିଭିନ୍ନ ଆଇନର ତର୍ଜମା କରାଯାଇଥିଲା । ଏ ସଂକ୍ରାନ୍ତରେ ଆଲୋଚକ ଭାବେ ଆକ୍ସନଏଡ୍‌ର ବାଳାଶ୍ରମ ନିବନ୍ଧକ ଘାସିରାମ ପଣ୍ଡା ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ସଦସ୍ୟ ସମରେନ୍ଦ୍ର ପୁହାଣ, ସଂଗୀତା ଗିରି, ସ୍ମୃତିରେଖା ମହାନ୍ତି, ସୋଫିଆ ଶେଖ, ଦେବବ୍ରତ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତିଳୋତ୍ତମା ମହାପାତ୍ର, ଶିଶୁ ସୁରକ୍ଷା ୟୁନିଟ୍‌ର ବିଶ୍ୱ ନାରାୟଣ ପଣ୍ଡା, ସ୍ୱାଗତିକା ବାରିକ, ଧୀରଜ ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଲଲାଟେନ୍ଦୁ ମହାନ୍ତି, ସରସ୍ୱତୀ ମହାରଣା, ପ୍ରଗତି ଯୁବକ ସଂଘର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.