Home ଜିଲ୍ଲା ପରିକ୍ରମା ବାଲ୍ୟବିବାହ ରୋକିବାରେ ଗ୍ରାମମୁଖିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଜିଲ୍ଲାପାଳ

ବାଲ୍ୟବିବାହ ରୋକିବାରେ ଗ୍ରାମମୁଖିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଜିଲ୍ଲାପାଳ

32

ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଉପଯୁକ୍ତ ସଚେତନତା ଓ ଶିକ୍ଷା ଗ୍ରହଣରେ ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକାଯାଇପାରିବ ଏବଂ ଏଥିପାଇଁ ଗ୍ରାମମୁଖିଆମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଳାପାଳ ଡ.ପୋମା ଟୁଡୁ ବାଲ୍ୟବିବାହ ପ୍ରତିରୋଧ ମଂଚର ଅଧିବେଶନରେ କହିଥିଲେ। ଏହି ପରିପ୍ରେକ୍ଷିରେ ଜିଲ୍ଲାପ୍ରଶାସନ, ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ କିଶୋର କିଶୋରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରକାଶ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ବଡ଼ଜେନା, ଅତିରିକ୍ତ ଜିଲ୍ଲପାଳ ପ୍ରମୁଖ ଯୋଗଦେଇ ବାଲ୍ୟବିବାହର କୁପରିଣାମ ଓ ଏହାର ଭୟାବହତା ଉପରେ ଉପସ୍ଥିତ କିଶୋରୀମାନଙ୍କୁ ବୁଝାଇଥିଲେ। ବାଲ୍ୟବିବାହକୁ ରୋକିବା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ୨୦ଜଣ କିଶୋରୀମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିପାଇଁ ସମସ୍ତେ ସହଯୋଗ କରିବା ଲାଗି ଶପଥ ପାଠ କରିଥିଳେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.