Home Coronavirus Outbreak ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୧୯ – ୧୫ ତାରିଖ ପର୍ଯ୍ୟନ୍ତ ପରିବହନ...

ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୧୯ – ୧୫ ତାରିଖ ପର୍ଯ୍ୟନ୍ତ ପରିବହନ କାର୍ଯ୍ୟାଳୟ ବନ୍ଦ

118

ବାଲେଶ୍ୱର, ୧୨ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଆଜି ୫୯୫ଜଣଙ୍କୁ ମିଶାଇ ଅଦ୍ୟାବଧି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩, ୧୨୧ରେ ପହଞ୍ଚିଥିବା ବେଳେ ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ୧୧ଜଣ ନୂଆ ପଜିଟଭ୍‌ଙ୍କୁ ମିଶାଇ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୯ରେ ପହଞ୍ଚିଛି। ଅଦ୍ୟାବଧି ୩୯୫ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୨୨ ଜଣ କରୋନା ସଂକ୍ରମିତଙ୍କୁ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ତେବେ ଆଜି ବାଲେଶ୍ୱର ସହର ସମେତ ସହର ତଳି ଅଞ୍ଚଳରେ କେତଜଣ ନୂଆ ପଜିଟିଭ୍ ଚିହ୍ନଟ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ସଟ୍ ଡାଉନ୍ କିମ୍ବା କଣ୍ଟେନମେଣ୍ଟ ଜୋନ ହେବା ଆଶଙ୍କାରେ ଲୋକେ ଛାନିଆ ହୋଇଗଲେଣି। ଅନ୍ୟପକ୍ଷରେ ବାଲେଶ୍ୱର ପରିବହନ ବିଭାଗର କର୍ମର୍ଚାରୀ କରୋନା ସଂକ୍ରମିତ ହେବା ଯୋଗୁଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଆରଟିଓ ବିକାଶ ଚୌଧୁରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି ଛୁଟି ଦିନମାନଙ୍କରେ କେହି କୌଣସି କାର୍ଯ୍ୟପାଇଁ ଆରଟିଓ ଅଫିସକୁ ନ ଆସିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏବେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ସାମ୍ପ୍ରତିକ ସଙ୍ଗୀନ କରୋନା ସ୍ଥିତିରେ ସମସ୍ତେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶର୍ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.