Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଗିରଫ ଦାବିରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଗିରଫ ଦାବିରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

19

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜୁନ୍ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଆଇନଜୀବୀ ପୁରୁଷୋତମ ଦାସଙ୍କୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସହଦେବଖୁଂଟା ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ବାଲେଶ୍ୱର ଅତିରିକ୍ତ ଏସପି ଓ ଡିଏସପି ଙ୍କ ଉପସ୍ଥିତିରେ ବାଲେଶ୍ୱର ଉପଜିଲ୍ଲାପାଳ, ପ୍ରୋବେସନର ମହିଳା ଆଇଏଏସ ସାମଲ କଲ୍ୟାଣ ରାଓ ଭଗତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ସଂପର୍କରେ ବରିଷ୍ଠ ଆଇନଜୀବୀ ପୁରୁଷୋତମ ଦାସ ସହଦେବଖୁଂଟା ଥାନାରେ ଏତଲା ଦେଇଥିବା ବେଳେ ଏପର୍ଯ୍ୟନ୍ତ ଏତଲା ରେଜେଷ୍ଟ୍ରି କରାଯାଇନାହିଁ କିମ୍ବା ଏହି ଅଭିଯୁକ୍ତ ମହିଳା ଉପଜିଲ୍ଲାପାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବାଲେଶ୍ୱର ପୋଲିସ ପକ୍ଷରୁ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦରେ ଅଭିଯୁକ୍ତ ମହିଳା ଆଇଏଏସ ଅଫିସର ଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଖିଲାପ କରିଥିବା ସହଦେବଖୁଂଟା ଥାନାଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭଦ୍ରକ ଓକିଲ ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ଜଜ୍ କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଓକିଲ ମାନେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଆନ୍ଦୋଳନରେ ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ , ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ରାଧାନାଥ ଦାସ, ବିଶିଷ୍ଟ ଆଇନଜୀବୀ ବିଜନ ଯେନା, ଯୁବ ଆଇନଜୀବୀ ବିକାଶ ନାଥ, ଯୁବ ଆଇନଜୀବୀ ସଞ୍ଜୟ ନାୟକ, ସତ୍ୟ ସୁନ୍ଦର ପତି, ବରିଷ୍ଠ ଆଇନଜୀବୀ ସନ୍ତୋଷ ମହାପାତ୍ର, ଗଦାଧର ବଳ, ପ୍ରଫୁଲ୍ଲ ପାଢୀ, ଚିତରଞ୍ଜନ ନାଥ, ସ୍ମରଜିତ ମହାପାତ୍ର, ପାର୍ଥସାରଥି ପଣ୍ଡା, ଉମାକାନ୍ତ ବାରିକ୍‌, ଶଙ୍କର୍ଷଣ ସାହୁ, ଉଜ୍ୱଳ ଯେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ମହିଳା ଉପଜିଲ୍ଲାପାଳଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ରାଜରାସ୍ତାରେ ବୃହତର ଆନ୍ଦୋଳନ ହେବ ବୋଲି ଆଇନଜୀବୀମାନେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.