Home ଉପ ନିର୍ବାଚନ ବାଲେଶ୍ୱରରେ ବିଜେଡ଼ି ଓ ବିଜେପିର ବାଦିପାଲା ଲୋକଙ୍କ ପ୍ରସଙ୍ଗକୁ ଏଡ଼ାଇ ଦେବାର ଚକ୍ରାନ୍ତ

ବାଲେଶ୍ୱରରେ ବିଜେଡ଼ି ଓ ବିଜେପିର ବାଦିପାଲା ଲୋକଙ୍କ ପ୍ରସଙ୍ଗକୁ ଏଡ଼ାଇ ଦେବାର ଚକ୍ରାନ୍ତ

58

ଭୁବନେଶ୍ୱର ୨୫-୧୦ (ଓଡ଼ିଆ ପୁଅ) – ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ବିଜେଡ଼ିକୁ ଏକ ସୁଯୋଗ ମିଳିଛି ଉକ୍ତିକୁ ନେଇ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ବାଦିପାଲା ଚାଲିଛି ତାକୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ଶ୍ରୀ ନରଞ୍ଜନ ପଟ୍ଟନାୟକ। ବାଲେଶ୍ୱର ବାସୀଙ୍କ ମୁଖ୍ୟ ସମସ୍ୟା ଓ ପ୍ରସଙ୍ଗ ଗୁଡ଼ିକୁ ଏଡ଼ାଇଦେବା ପାଇଁ ଏହା ସେମାନଙ୍କର ସୁଚିନ୍ତିତ ଉଦେଶ୍ୟ ବାସ୍ତବରେ ଉଭୟ ବିଜେଡ଼ି ଏବଂ ବିଜେପି ବାଲେଶ୍ୱର ବାସୀଙ୍କ ପାଇଁ କିଛି ବିକାଶମୂଳକ କାମ କରିନାହାନ୍ତି। ତେଣୁ ଲୋକଙ୍କ ପାଖରେ ନିଜର ସପକ୍ଷରେ କହିବାର କିଛି ନାହିଁ। ବାଲେଶ୍ୱରର ସମସ୍ୟା ସମ୍ପର୍କରେ ସେମାନେ ବ୍ୟଥିତ ନୁହନ୍ତି। ନିଜର ଅପାରଗତା ଏବଂ ସମ୍ବେଦନ ହୀନତା ଲୁଚାଇବାପାଇଁ ଅଦରକାରୀ କଥା ଗୁଡ଼ିକୁ ପ୍ରସଙ୍ଗ କରି ସେମାନେ ବାଦିପାଲାରେ ମାତିଛନ୍ତି। ସଚେତନ ବାଲେଶ୍ୱର ବାସୀ ଏହି ବାଦୀପାଲାରେ ଆମୋଦିତ ହୁଅନ୍ତୁ କିନ୍ତୁ ଭୋଟ ଦେଲାବେଳେ ନିଜର ଉଚିତ୍ ବିଚାର ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.