ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକିରମୋହନ ବିଶ୍ୱବିଦ୍ୟାଳୟ ର ସଂଗ୍ରାମୀ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ପରେ ସମଗ୍ର ରାଜ୍ୟରେ ଜଳୁଛି ପ୍ରତିବାଦ ଆନ୍ଦୋଳନ ର ନିଆଁ । ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ସଂଗ୍ରାମୀ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଜନ୍ମ ମାଟି ଭୋଗରାଇ ଠାରେ ପହଂଚି ତାଙ୍କ ଅମର ଆତ୍ମାର ସତ୍ ଗତି କାମନା କରିଥିଲେ। ଏବଂ ଆର.ଆଇ.ଏଚ୍.ଏସ୍ କଲେଜ ସମ୍ମୁଖରୁ ଥାନା ଛକ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରି ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଙ୍କ ସମେତ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇଥିଲେ।
Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ବିଜେଡ଼ି ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା








