Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱରରେ ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ

108

ବାଲେଶ୍ୱର, ୨୦ା୬ (ଓଡ଼ିଆ ପୁଅ/ଅଭୟ ଦାସ): ସେବା ଓ ତ୍ୟାଗର ପ୍ରତୀକ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଶ୍ରାଦ୍ଧ ଦିବସ ବାଲେଶ୍ୱରରେ ଆଜି ପାଳିତ ହୋଇଯାଇଛି। ବାଲେଶ୍ୱର ସଂସ୍କରଣ ପକ୍ଷରୁ ଷ୍ଟେସନ ଛକ କାର୍ଯ୍ୟାଳୟରେ ସକାଳ ୭ଟାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶାଖା ପରିଚାଳକ ମଧୁସୂଦନ ଦାସ, ବ୍ୟୁରୋ ଇନଚାର୍ଯ କୁଳମଣି ବାରିକ, ଡେସ୍କ ଇନଚାର୍ଯ ଶଶୀରଞ୍ଜନ ମଲ୍ଲିକ, ଜିଲ୍ଲା ପ୍ରତିନିଧି ରତିକାନ୍ତ ପାଢ଼ୀଙ୍କ ସହ ଅନ୍ୟମାନେ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ। ପରେ ଗୋପବନ୍ଧୁ ପାର୍କରେ ଥିବା ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ବିଜେଡ଼ି ଏସସି ସେଲର ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶେଷରେ ଖାନନଗରରେ ଥିବା ପ୍ରିଣ୍ଟିଂ ପ୍ରେସରେ ଥିବା ଆବକ୍ଷ ପ୍ରତିମୂର୍ତ୍ତିରେ ସମସ୍ତ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ଓ ଓଡ଼ିଆ ଜାତି ପାଇଁ ତାଙ୍କର ଅବଦାନ ସମ୍ପର୍କରେ ସମସ୍ତେ ସ୍ମୃତିଚାରଣ କରିଥିଲେ। ସଟ୍ ଡାଉନ୍ ମଧ୍ୟରେ ସାମାଜିକ ଦୂରତା ରକ୍ଷା ସହ ବାଲେଶ୍ୱରରେ ଆଜି ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.