Home ଜିଲ୍ଲା ପରିକ୍ରମା ବାଲୁକେଶ୍ୱର କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି

ବାଲୁକେଶ୍ୱର କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି

5

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତର ବାଲୁକେଶ୍ୱେର ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ବାଲୁକେଶ୍ୱର ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକଙ୍କ ତତ୍ୱାବଧାନ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ପଦ୍ମନାଭ ବିନ୍ଧାଣି , ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ସନାତନ ପେଡି, ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାନ୍ତି, ସରପଂଚ ହିରେନ୍ଦ୍ର ଖିଲାର,ସମିତିସଭ୍ୟା ଜେମାମଣୀ ସେଠୀ, ପରିଚାଳନା କମିଟି ସଭାପତି କାହ୍ନୁଚରଣ ସେଠୀ, ଉପସଭାନେତ୍ରୀ ମିନତୀ ସାହୁ, ପୂର୍ବତନ ସିଆରସିସି କରୁଣାକର ନାୟକ,ବିଆରଟି ଟୁନାବାଳା ମହାନ୍ତି ଓ ଭରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ସମସ୍ତ ଗୁଣାବଳି ପରିପ୍ରକାଶ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ଅତିଥି ପରିଚୟ ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ କରୁଣା କର ନାୟକ ପ୍ରଦାନ କରିଥିବା ବେଳେ ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୧୧ ଗୋଟି ବିଦ୍ୟାଳୟର ପ୍ରାୟ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବକୃତା, ନାଚ, ସଙ୍ଗୀତ, ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜ୍ ସମେତ ୧୧ ଗୋଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, କମିଟିର ସଦସ୍ୟ/ସଦସ୍ୟା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.